ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଘଟଣା (Shraddha Murder Case)। ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଅଫତାବ ପୁନାୱାଲାର ଆଜି ହେବାକୁ ଥିବା ଜାମିନ ଆବେଦନର ଶୁଣାଣି କଲେନି କୋର୍ଟ । ପୋଲିସର ଆବେଦନ ପରେ ଏହି ଶୁଣାଣିକୁ ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କୋର୍ଟ (Accused Poonawala's bail plea deferred)। ଅଫତାବର ଜାମିନ ଆବେଦନର ଶୁଣାଣି ଆସନ୍ତା ଶନିବାର ହେବ ବୋଲି ଜଣାପଡ଼ିଛି । ଆଜି ଅଫତାବକୁ ଜାମିନ ମିଳିବ ବୋଲି ଆଇନଜୀବୀ ଆଶା ରଖିଥିବା ବେଳେ କୋର୍ଟ ଏହାକୁ ଶନିବାର ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ।
ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ଓକିଲ ଏମଏସ ଖାନ ଦିଲ୍ଲୀ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାରେ ଦିଲ୍ଲୀ ପୋଲିସ ନୂଆ ମୋଡ଼ ଆଣୁଛି । ପୋଲିସ ଯେଉଁ ପ୍ରମାଣ କୋର୍ଟରେ ଦାଖଲ କରୁଛି ତାହା ଭିତ୍ତିହୀନ । ଏଯାବତ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ଠୋସ ପ୍ରମାଣ ଦାଖଲ କରଯାଇନାହିଁ । ଆଗକୁ ଆଗକୁ ଯେପରି ତଦନ୍ତ ପ୍ରକ୍ରିୟା ବଢିବ, ଦିଲ୍ଲୀ ପୋଲିସ ପାଇଁ ସେତେ ଜଟିଳ ହେବ ବୋଲି ସେ କହିଥିଲେ । ଏହାରି ମଧ୍ୟରେ ଗତକାଲି ପୋଲିସକୁ ମରହୌଲୀ ଜଙ୍ଗଲରୁ ୧୩ ଖଣ୍ଡ ହାଡ଼ ମିଳିଛି । ଏହି ହାଡ଼ ଶ୍ରଦ୍ଧାଙ୍କ ବୋଲି କୁହାଯାଉଛି । ହାଡ଼ର ଡିଏନଏ ଟେଷ୍ଟ କରାଯିବା ପରେ ତାହା ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ସହିତ ମ୍ୟାଚ କରୁଛି ବୋଲି ଜଣାପଡ଼ିଛି ।
ଏହା ବି ପଢନ୍ତୁ- Shraddha Murder Case: ଜଙ୍ଗଲରୁ ମିଳିଲା ୧୩ ଖଣ୍ଡ ହାଡ଼, ଶ୍ରଦ୍ଧା ପିତାଙ୍କ ସହ ମ୍ୟାଚ DNA ନମୁନା
ପୋଲିସର କହିବାନୁସାରେ ସିଏଫଏସଏଲ ରିପୋର୍ଟରେ ଏହା ଶ୍ରଦ୍ଧାଙ୍କ ଦେହବାଶେଷ ବୋଲି ଦର୍ଶାଯାଇଛି । ପୋଲିସର ପଚରାଉଚରା ସମୟରେ ଅଫତାବ ସ୍ବୀକାର କରିଥିଲା ଯେ ସେ ହିଁ ଶ୍ରଦ୍ଧାଙ୍କୁ ହତ୍ୟା କରିଛି । ଗତ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କ ସହିତ ଅଫତାବର ଝଗଡ଼ା ହୋଇଥିଲା । ଏହାପରେ ସେ ଶ୍ରଦ୍ଧାକୁ ହତ୍ୟା କରିଥିଲା । ଏହାପରେ ସେ ଶ୍ରଦ୍ଧାର ଶରୀରକୁ ୩୫ ଖଣ୍ଡ କରିଥିଲା । ଏହି ଶରୀର ଖଣ୍ଡକୁ ଫ୍ରିଜରେ ରଖିଥିଲା ଅଫତାବ । ବିଳମ୍ବିତ ରାତିରେ ଶ୍ରଦ୍ଧାଙ୍କ ଶରୀର ଖଣ୍ଡକୁ ଜଙ୍ଗଲରେ ନେଇ ଫିଙ୍ଗୁଥିଲା ଅଫତାବ । ମହରୌଲୀ ଜଙ୍ଗଲ ସହିତ ଗୁରଗ୍ରାମରେ ମଧ୍ୟ ଶରୀର ଖଣ୍ଡକୁ ହତ୍ୟାକାରୀ ଫିଙ୍ଗୁଥିଲା ।
ତେବେ ମିଳିଥିବା ହାଡର ଡିଏନଏ ପରୀକ୍ଷା ଲାଗି ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା । ଏବେ ହତ୍ୟାକାରୀ ଅଫତାବ ତିହାର ଜେଲରେ ରହିଛି । ଦିଲ୍ଲୀର ଏହି ହତ୍ୟାକାଣ୍ଡ ସାରା ଦେଶରେ ଚହଳ ପକାଇଛି । ହତ୍ୟାକାରୀଠୁ ଆରମ୍ଭ କରି ଶରୀରର ଦେହବାଶେଷ ଖୋଜିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ପ୍ରଥମେ ଅଫତାବ ତଦନ୍ତରେ ସହଯୋଗ କରୁନଥିବା ସହିତ ବାରମ୍ବାର ମନ୍ତବ୍ୟ ବଦଳାଉଥିଲା । ଯାହାଦ୍ବାରା ପୋଲିସକୁ ତଦନ୍ତରେ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । ମାତ୍ର ଶେଷରେ ହତ୍ୟାକାରୀ ଧରାପଡ଼ିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିବା ସହିତ ହତ୍ୟାର ଷଡଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା ।