ଲକ୍ଷ୍ନୌ: କୋରୋନା ଦ୍ବିତୀୟ ଲହରର ଦେଶରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଚାରିଆଡେ ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା । ଉତ୍ତରପ୍ରଦେଶ ପ୍ରୟାଗରାଜରୁ କୋରୋନାର ଆଉ ଏକ ସାଙ୍ଘାତିକ ଚିତ୍ର ଲୋକଲୋଚନକୁ ଆସିଛି । ଏହି ଅଞ୍ଚଳରେ ରହୁଥିବା ଜଣେ ଜଣାଶୁଣା ବିବାହ ସମ୍ବନ୍ଧୀୟ ସାମଗ୍ରୀ ଦୋକାନରେ ବର୍ତ୍ତମାନ ଶୁଦ୍ଧିକ୍ରିୟା ସାମଗ୍ରୀ ବିକ୍ରି କରୁଛନ୍ତି ।
ତେବେ ଶହ ଶହ ସଂଖ୍ୟକ ଲୋକ କୋରୋନାରେ ପ୍ରାଣ ହରାଉଥିବା ଫଳରେ ଅଞ୍ଚଳରେ ବିବାହ ସାମଗ୍ରୀ ଅପେକ୍ଷା ଶେଷକୃତ୍ୟ ସାମଗ୍ରୀର ଅଧିକ ଚାହିଦା ବୃଦ୍ଧି ପାଉଛି । ସେପଟେ ସଂକ୍ରମଣ ଯୋଗୁଁ ସୀମିତ ସଂଖ୍ୟକ ବିବାହ ମଧ୍ୟ ଅନୁଷ୍ଠିତ ହେଉଛି । ଯେଉଁ କାରଣରୁ ଏବେ ଦୋକାନମାନଙ୍କରେ ଶୁଦ୍ଧିକ୍ରିୟା ସମ୍ବନ୍ଧୀୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନୀ ପ୍ରକାଶ କରିଛନ୍ତି । ଯେଉଁଥିରୁ କୋରୋନା ଭୟାବହତା ସମ୍ପର୍କରେ ସ୍ପଷ୍ଟ ବାରି ହେଉଛି ।
କେବଳ ସେହି ଦୋକାନୀ ନୁହଁନ୍ତି, ତାଙ୍କ ଆଖପାଖ ଅଞ୍ଚଳର ଦୋକାନରେ ମଧ୍ୟ ଶୁଦ୍ଧିକ୍ରିୟା ସାମଗ୍ରୀ ଅଧିକ ମାତ୍ରାରେ ବିକ୍ରି ହେଉଛି । ତେବେ କଟକଣା ଯୋଗୁଁ ବର୍ତ୍ତମାନ ବିବାହ ସଂଖ୍ୟା ସୀମିତ ରହିଛି । ଯେଉଁ ହାତଗଣତି କେତୋଟି ବିବାହ ହେଉଛି, ତାହା ପୁଣି ନିରାଡମ୍ବରରେ । ଅନ୍ୟପଟେ ବଢୁଥିବା ମୃତ୍ୟୁସଂଖ୍ୟା ଲୋକଙ୍କୁ ଶୁଦ୍ଧିକ୍ରିୟା ସାମଗ୍ରୀ ବିକ୍ରି ଦୋକାନରେ ଭିଡ ଜମାଇବାକୁ ବାଧ୍ୟ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ