ETV Bharat / bharat

ଦୋକାନୀଙ୍କ ନିଆରା ଅଫର: ମୋବାଇଲ କିଣନ୍ତୁ, ମାଗଣାରେ କେଜିଏ ଟମାଟୋ ପାଆନ୍ତୁ

author img

By

Published : Jul 2, 2023, 12:53 PM IST

ମୋବାଇଲ ଦୋକାନୀଙ୍କ ନିଆରା ଅଫର । ଗୋଟିଏ ମୋବାଇଲ କିଣିଲେ ମାଗଣାରେ ଗୋଟିଏ କେଜି ଟମାଟୋ ମିଳିବ । ଜାଣନ୍ତୁ କେଉଁଠି

ମୋବାଇଲ ଦୋକାନୀଙ୍କ ନିଆରା ଅଫର
ମୋବାଇଲ ଦୋକାନୀଙ୍କ ନିଆରା ଅଫର

ଲକ୍ଷ୍ନୌ: ଏବେ ସମସ୍ତଙ୍କୁ ଟମାଟୋ ଟେନସନ । ସେଞ୍ଚୁର ପାର୍ କରିବା ପରେ ହାଣ୍ଡିଶାଳରୁ ଉଭାନ ହୋଇଯାଇଛି ଟମାଟୋ । ଲୋକେ ବଜାରରୁ ଏହାକୁ କିଣିବାକୁ ଭୟ କରୁଛନ୍ତି । କିନ୍ତୁ ଆପଣ ମାଗଣାରେ ଟମାଟୋ ଚାହୁଁଛନ୍ତି କି ? ସମ୍ପୂର୍ଣ୍ଣ ମାଗଣାରେ ଗୋଟିଏ କେଜି ଟମୋଟା ପାଇପାରିବେ । କଥାଟି ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶର ଜଣେ ଦୋକାନୀ ମାଗଣାରେ ଏକ କେଜି ଟମାଟୋ ଅଫର୍ କରୁଛନ୍ତି । କିନ୍ତୁ ଏଥିପାଇଁ ଆପଣଙ୍କୁ ତାଙ୍କ ଦୋକାନରୁ ଗୋଟିଏ ମୋବାଇଲ ଫୋନ କିଣିବାକୁ ପଡିବ । ସାରା ଦେଶରେ ଟମାଟୋ ଦର ମଧ୍ୟବିତ୍ତ ଓ ଗରୀବ ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ଟମାଟୋକୁ ନେଇ ଏହିଭଳି ନିଆରା ଅଫର୍ ଆରମ୍ଭ କରିଛନ୍ତି ୟୁପି ବାଗପତର ଉପେନ୍ଦ୍ର କୁମାର ନାମକ ମୋବାଇଲ ଦୋକାନୀ । ଗୋଟିଏ ଫୋନରେ ଗୋଟିଏ କେଜି ଟମାଟୋ ଫ୍ରି ଘୋଷଣା କରିଛନ୍ତି ।

ମୋବାଇଲ କିଣିଲେ ଟମାଟୋ ଫ୍ରି: ବାଗପତ ଅଞ୍ଚଳରେ ଉପେନ୍ଦ୍ରଙ୍କ ଏକ ମୋବାଇଲ ଦୋକାନ ରହିଛି । ଦାରଦାମ୍ ବୃଦ୍ଧି ଯୋଗୁଁ ତାଙ୍କ ଦୋକାନରେ ଭଲ ଗ୍ରାହକ ହେଉନଥିଲେ । ନିଜର ବିକ୍ରି ବଢାଇବା ପାଇଁ ସେ ଉପାୟ ବାହାର କରିଥିଲେ । ବର୍ତ୍ତମାନ ଟମାଟୋ କେଜି ୧୦୦ରୁ ଅଧିକ ଟଙ୍କା ହୋଇଥିବାରୁ ଗ୍ରାହକ କିଣିବାକୁ କୁଣ୍ଠାବୋଧ କରୁଛନ୍ତି । ଏହି ସୁଯୋଗରେ ଲୋକଙ୍କୁ ନିଜ ଦୋକାନକୁ ଆକର୍ଷିତ କରିବା ପାଇଁ ମୋବାଇଲ କିଣିଲେ ଗ୍ରାହକଙ୍କୁ ମାଗଣାରେ ଟମାଟୋ ଦେବେ ବୋଲି ଘୋଷଣା କରିଛନ୍ତି ଦୋକାନୀ । 'ଗୋଟିଏ ମୋବାଇଲ ଫୋନରେ ଗୋଟିଏ କେଜି ଟମାଟୋ ଫ୍ରି' ଅଫର୍ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।

ଏନେଇ ଦୋକାନୀ କୁହନ୍ତି, ମୋବାଇଲ ଫୋନ ସହ ଗୋଟିଏ କେଜି ଟମାଟୋ ଲୋକଙ୍କ ଘରେ ପହଞ୍ଚିଲେ ସେମାନେ ଟିକେ ଆଶ୍ବସ୍ତ ଅନୁଭବ କରିବେ । ଏହି ଅଫର ପ୍ରତି ଗ୍ରାହକଙ୍କ ଠାରୁ ମଧ୍ୟ ଭଲ ପ୍ରତିକ୍ରିୟା ମିଳୁଛି । ଉପେନ୍ଦ୍ର ଦୋକାନକୁ ଆସିଥିବା ମନୋଜ କୁମାର ନାମକ ଜଣେ ଗ୍ରାହକ କହିଛନ୍ତି, ସେ ନିଜ ପାଇଁ ଏକ ଫୋନ କିଣିବାକୁ ବଜାରକୁ ଆସିଥିଲେ । ଏହି ସମୟରେ କିଛି ଲୋକ ତାଙ୍କୁ ମାଗଣା ଟମାଟୋ ଅଫର କଥା କହିଥିଲେ । ତେଣୁ ଫୋନ ସହ ଘରକୁ ଟମାଟୋ ନେବାକୁ ସେ ଚିନ୍ତା କଲେ ।

ଆଉ ଜଣେ ଗ୍ରାହକ କହିଛନ୍ତି, ଯେକୌଣସି ସ୍ଥାନରୁ ମୋବାଇଲ କିଣାଯାଇ ପାରିବ । ହେଲେ ଏଠାରୁ କିଣିଲେ ଗୋଟିଏ କେଜି ଟମାଟୋ ଫ୍ରି ମିଳୁଛି । ସେଥିପାଇଁ ସେ ଉପେନ୍ଦ୍ରଙ୍କ ଦୋକାନକୁ ଫୋନ କିଣିବାକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.