ETV Bharat / bharat

ବାଟରେ ଛକିଥିଲା ମୃତ୍ୟୁ ! ଅମରନାଥଙ୍କୁ ଦର୍ଶନ ପୂର୍ବରୁ ପଥରରେ ଚାପି ହୋଇ ଚାଲିଗଲା ଜୀବନ

author img

By

Published : Jul 16, 2023, 11:14 AM IST

ଅମରନାଥ ଯାତ୍ରା ବେଳେ ପଥର ଖସି ପଡିବାରୁ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଅମରନାଥ ଯାତ୍ରା ବେଳେ ଶ୍ରଦ୍ଧାଳୁ ମୃତ
ଅମରନାଥ ଯାତ୍ରା ବେଳେ ଶ୍ରଦ୍ଧାଳୁ ମୃତ

ଶ୍ରୀନଗର: ପବିତ୍ର ଅମରନାଥ ଯାତ୍ରା ସମୟରେ ଏକ ବଡ ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ପଥର ଖସି ପଡିବାରୁ ଏଥିରେ ଜଣେ ୫୩ ବର୍ଷୀୟା ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଏହି ଅଘଟଣ ଘଟିଛି । ମୃତ ଶ୍ରଦ୍ଧାଳୁ ଉର୍ମିଳାବେନ ବୋଲି ପରିଚୟ ମିଳିଛି । ସେ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରୁଥିବା ସମୟରେ ହଠାତ୍ ପଥର ଖସି ତାଙ୍କ ଉପରେ ପଡିଥିଲା । ପାହାଡ ତଳେ ସେ ଫସି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ଯାଇ ଦୁଇ ଜଣ ଉଦ୍ଧାରକାରୀ ଗୁରୁତର ଆହତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅଧାରେ ରହିଲା କାଉଡି ଯାତ୍ରା: ବିଦ୍ୟୁତ୍‌ ଆଘାତରେ ୫ କାଉଡିଆଙ୍କ ମୃତ୍ୟୁ

ପୋଲିସର ସୂଚନା ମୁତାବକ, ସଙ୍ଗମ ଟପ୍ ଏବଂ ତଳ ଗୁମ୍ଫା ମଧ୍ୟରେ ଏହି ଅଘଟଣ ଘଟିଥିଲା । ମହିଳା ଶ୍ରଦ୍ଧାଳୁ ଜଣକ ଅମରନାଥ ଗୁମ୍ଫା ଆଡକୁ ଅଗ୍ରସର ହେଉଥିଲେ । ହଠାତ୍ ତାଙ୍କ ଉପରେ ପଥର ଖସି ପଡିଥିଲା । ତାଙ୍କୁ ବଞ୍ଚାଇବାକୁ ଜମ୍ମୁ କାଶ୍ମୀର ପୋଲିସ ମାଉଣ୍ଟେନ ରେସ୍କ୍ୟୁ ଟିମର ଦୁଇ ଜଣ ସଦସ୍ୟ ଉଦ୍ୟମ କରୁଥିବା ବେଳେ ସେ ଦୁହେଁ ମଧ୍ୟ ଗୁରୁତର ଆହତ ହୋଇଥିଲେ । ମହିଳା ତୀର୍ଥଯାତ୍ରୀଙ୍କୁ ପାହାଡ ତଳୁ ବାହାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ : Amarnath Yatra 2023: ଆଜିଠୁ ଅମରନାଥ ଯାତ୍ରା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ରେସ୍କୁ ଟିମ୍ ସଦସ୍ୟ ହେଉଛନ୍ତି ମହମ୍ମଦ ସଲିମ ଏବଂ ମହମ୍ମଦ ୟାସିନ । ଦୁହିଁଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି । ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ନେଇ ଡିଜିପି ଦିଲବାଗ ସିଂହ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି । ପ୍ରକାଶ ଥାଉକି, ଜୁଲାଇ ୧ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହୋଇଛି । କାଲି (ଶନିବାର) ଗୋଟିଏ ଦିନରେ ପ୍ରାୟ ୨୧,୪୦୦ ଶ୍ରଦ୍ଧାଳୁ ପବିତ୍ର ଗୁମ୍ପାରେ ପ୍ରଭୁ ଅମରନାଥଙ୍କ ଦର୍ଶନ କରିଛନ୍ତି । ପ୍ରତିବର୍ଷ ଜୁଲାଇରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥାଏ । ୬୨ ଦିନ ବ୍ୟାପି ଚାଲୁଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ସମାପ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.