ETV Bharat / bharat

ଇସ୍ତଫା ଦେଲେ ଶିବରାଜ, ରାଜ୍ୟପାଳଙ୍କୁ ଭେଟିଲେ ମୋହନ: ଖୁବଶିଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ

author img

By ETV Bharat Odisha Team

Published : Dec 11, 2023, 7:11 PM IST

CM-designate Mohan Yadav meets Governor: ନୂଆ ମନୋନିତ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିଲେ । ଇସ୍ତଫା ଦେଲେ ବିଦାୟୀ ମୁଖ୍ୟମନ୍ତ୍ରୀ ଶିବରାଜ । ଖୁବଶିଘ୍ର ସାମ୍ନାକୁ ଆସିପାରେ ଶପଥ ଗ୍ରହଣ କାର୍ଯ୍ୟସୂଚୀ । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ଶିବରାଜ, ରାଜ୍ୟପାଳଙ୍କୁ ଭେଟିଲେ ମୋହନ: ଖୁବଶିଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ
ଇସ୍ତଫା ଦେଲେ ଶିବରାଜ, ରାଜ୍ୟପାଳଙ୍କୁ ଭେଟିଲେ ମୋହନ: ଖୁବଶିଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ

ଭୋପାଳ: ଆଜି ଅପରାହ୍ନରେ ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯିବା ସହ ସେ ରାଜ୍ଯର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୂତନ ମୁଖ୍ୟମନ୍ତ୍ରୀ ମନୋନିତ ହେବା ପରେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବରାଜ ସିଂ ଚୌହାନ । ସେ ରାଜଭବନରେ ରାଜ୍ୟପାଳ ମଙ୍ଗୁଭାଇ ସି.ପଲେଟଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଏହା ସହ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ନୂତନ ମନୋନିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପ୍ରକ୍ରିୟା ପାଇଁ ଦାବି କରିଛନ୍ତି । ଖୁବଶିଘ୍ର ରାଜଭବନ ପକ୍ଷରୁ ଶପଥ ଗ୍ରହଣ ସମାରୋହ ନେଇ ସୂଚୀ ଜାରି କରାଯାଇପାରେ ।

ଆଜି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ମୋହନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ଶିବରାଜ ସିଂ ଚୌହାନଙ୍କ ସମେତ ତମାମ ବରିଷ୍ଠ ନେତାଙ୍କୁ ତାଙ୍କୁ ସ୍ବାଗତ କରିଥିଲେ । ସଂଧ୍ୟାରେ ତମାମ ଦଳୀୟ ନେତାଙ୍କ ସହ ମୋହନ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ସାଙ୍ଗରେ ଶିବରାଜ ଓ ନରେନ୍ଦ୍ର ସିଂ ତୋମାରଙ୍କ ସମେତ ପ୍ରହ୍ଲାଦ ସିଂ ପଟେଲଙ୍କ ପରି ବରିଷ୍ଠ ଓ ଅନ୍ୟ ପ୍ରମୁଖ ନେତାଙ୍କୁ ମଧ୍ୟ ରାଜଭବନରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ଶିକ୍ଷାବିତରୁ ରାଜନେତା: ଉଜ୍ଜୈନରୁ ହ୍ୟାଟ୍ରିକ୍ ବିଜୟୀ ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ମୋହନଙ୍କ ରାଜନୈତିକ କ୍ୟାରିୟର :

  • #WATCH | Madhya Pradesh CM-designate Mohan Yadav says, "It is only the BJP party which can give such a big responsibility to a small worker. I thank the state leadership and the central leadership... I will take forward the development works of PM Modi..." pic.twitter.com/5c2h6kLW5G

    — ANI (@ANI) December 11, 2023 " class="align-text-top noRightClick twitterSection" data=" ">

1965 ମାର୍ଚ୍ଚ 25 ତାରିଖରେ ଉଜ୍ଜୈନରେ ଜନ୍ମଗ୍ରହଣ କରିଥିଲେ ମୋହନ । ଉଜ୍ଜୈନରୁ ମାଟ୍ରିକ ଓ ଯୁକ୍ତ ଦୁଇ ପାସ୍ ପରେ, ବିଜ୍ଞାନରେ ସ୍ନାତକ କରିଥିଲେ । ପରେ ଆଇନରେ ସ୍ନାତକ (LLB), ଏମଏ , ଏମବିଏ ଓ ପିଏଚଡି ମଧ୍ୟ କରିଥିଲେ। ୨୦୧୩ ରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିଥିବା ମୋହନ ଚଳିତଥର (2023)କୁ ମିଶାଇ କ୍ରାମଗତ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । 2020ରେ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବରେ ପାଇଥିଲେ । ତାଙ୍କର ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ (ଆରଏସଏସ) ପୃଷ୍ଠଭୂମି ମଧ୍ୟ ରହିଛି । ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)କୁ ପ୍ରତିନିଧିତ୍ବ କରୁଥିବା ପ୍ରମୁଖ ଚେହେରାଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମୋହନ । ଚଳିତ ଥର ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବା ପଛରେ ରାଜନୈତିକ ରଣନୀତି କେବଳ ଓବିସି ନାଁ ଅନ୍ୟ କିଛି ସେ ନେଇ ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.