ETV Bharat / bharat

ଆଜି ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ବିଦ୍ରୋହୀଙ୍କ ଉପରେ ହୋଇପାରେ ଆକ୍ସନ - ଏକନାଥ ସିନ୍ଧେ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଆଜି ବସିବ ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଏଥିରେ ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଆଯାଇପାରେ । ଅଧିକ ପଢନ୍ତୁ

ଆଜି ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ବିଦ୍ରୋହୀଙ୍କ ଉପରେ ହୋଇପାରେ ଆକ୍ସନ

author img

By

Published : Jun 25, 2022, 9:05 AM IST

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାନାଟକ । ଏମଭିଏ ସରକାର ଏବଂ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ଛକାପଞ୍ଛା ଲାଗିଥିବା ବେଳେ ଆଜି ବସିବ ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ(National Executive Meeting) । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଅପରାହ୍ନରେ ଏହି ବୈଠକ ଡକାଇଛନ୍ତି । ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଏଥିରେ ବିଚାର ବିମର୍ଷ ହୋଇପାରେ । ଅପରାହ୍ନ ୧ଟା ସମୟରେ ଶିବସେନା ଭବନ ଠାରେ ବୈଠକ ହେବ । ସେହିପରି ଆଜି ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆଦିତ୍ୟ ଠାକରେ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି ।

ଗୋଟିଏ ପଟେ ଆସାମ ଗୌହାଟୀରେ ଡେରା ପକାଇଥିବା ବିରୋଧି କ୍ୟାମ୍ପରେ ବିଧାୟକଙ୍କ ସଂଖ୍ୟା ବଢୁଛି । ଏକନାଥ ସିନ୍ଧେ ୪୦ରୁ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ଶିବସେନା ଉପରେ ନିଜର କର୍ତ୍ତୃତ୍ବ ଜାହିର କରିବା ସହ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ଜଣକ ପରେ ଜଣେ ବିଧାୟକ ଛାଡି ଚାଲିଯାଉଥିଲେ ମଧ୍ୟ ଶିବସେନା ମଜବୁତ ଥିବା ଉଦ୍ଧବ ଠାକରେ ଦାବି କରିଛନ୍ତି ଏବଂ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଉପବାଚସ୍ପତିଙ୍କୁ ପତ୍ର ଲେଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସମ୍ପୃକ୍ତ ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହାପୂର୍ବରୁ ଶୁକ୍ରବାର ଦଳର ଜିଲ୍ଲା ବିଭାଗ ମୁଖ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲରେ ଉଦବୋଧନ ଦେଇ କହିଛନ୍ତି ଠାକରେ କହିଛନ୍ତି, ''ବିଦ୍ରୋହୀ ବିଧାୟକମାନେ ଶିବସେନା ଭାଙ୍ଗିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ହେବି ବୋଲି ମୁଁ ସ୍ବପ୍ନରେ ମଧ୍ୟ କେବେ ଭାବିନଥିଲି । ମୁଁ ସରକାରୀ ବାସଭବନ ଛାଡିଥାଇ ପାରେ କିନ୍ତୁ ଲଢେଇ ଛାଡିନାହିଁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.