ETV Bharat / bharat

ବଲିଉଡ କଳାକାରଙ୍କୁ କଂଗ୍ରେସ ନେତାଙ୍କ ଚେତାବନୀ, ସମର୍ଥନ ଜଣାଇଲେ ଶିବସେନା ସାଂସଦ - ଅମିତାଭଙ୍କ ଫିଲ୍ମ ଉପରେ ପ୍ରତିବନ୍ଧକ

ବଲିଉଡ ଫିଲ୍ମ କଳାକାରଙ୍କ ଫିଲ୍ମରେ ପ୍ରତିବନ୍ଧକ ଲଗାଇବାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ବିବୃତ୍ତିକୁ ସମର୍ଥନ ଜଣାଇଲେ ଶିବସେନା ସାଂସଦ । ଅଧିକ ପଢନ୍ତୁ...

ବଲିଉଡ କଳାକାରଙ୍କୁ କଂଗ୍ରେସ ନେତାଙ୍କ ଚେତାବନୀ, ସମର୍ଥନ ଜଣାଇଲେ ଶିବସେନା ସାଂସଦ

author img

By

Published : Feb 19, 2021, 7:22 PM IST

ମୁମ୍ବାଇ: କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ଭିତ୍ତିକରି ମହାରାଷ୍ଟ୍ର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନାନା ପଟେଲ ରାଜ୍ୟରେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚେତାବନୀ ଦେଇଛନ୍ତି । ନାନା ପଟେଲଙ୍କ ଏହି ବିବୃତ୍ତିକୁ ସମର୍ଥନ କରିଛନ୍ତି ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ।

ଏହି କଳାକାରମାନେ ଅନେକ ପ୍ରସଙ୍ଗରେ ସରକାରଙ୍କୁ ସମର୍ଥନ ଜଣାଉଛନ୍ତି । ହେଲେ ଯେତେବେଳେ ଦିଲ୍ଲୀରେ 200 କୃଷକଙ୍କ ମୃତ୍ୟୁ ଘଟିଥିଲା, କାହିଁକି ଏମାନେ ଗୋଟିଏ ଶବ୍ଦ ମଧ୍ୟ କହିନଥିଲେ ବୋଲି ପ୍ରଶ୍ନ କରିଛନ୍ତି ନାନା ପଟେଲ । ଏଣୁ ମହାରାଷ୍ଟ୍ରରେ ଏହି କଳାକାରଙ୍କ ଫିଲ୍ମ ସୁଟିଂ ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ସେମାନଙ୍କ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଏହି ଘଟଣାରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ରାମ କଦମ । କଂଗ୍ରେସ ନେତାମାନେ ଖୋଲାଖୋଲି ଭାବେ ପ୍ରସିଦ୍ଧ ଚଳଚ୍ଚିତ୍ର ବ୍ୟକ୍ତିତ୍ବଙ୍କୁ ଧମକ ଦେଉଛନ୍ତି । ଏହି କଳାକାରମାନେ ଦେଶର ହିତ ସପକ୍ଷେରେ ଟ୍ବିଟ କରିଛନ୍ତି । ଏହା ହିଁ କଣ ସେମାନଙ୍କର ଭୁଲ ବୋଲି ପ୍ରଶ୍ନ କରିବା ସହ କଣ ପାଇଁ କଂଗ୍ରେସ ନେତାମାନେ ରାଷ୍ଟ୍ର ବିରୋଧୀ ଆଚରଣ କରୁଛନ୍ତି ବୋଲି ବିଜେପି ନେତା ପ୍ରତିକ୍ରିୟା ଦେଇଛନ୍ତି । ଏହାସହ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବ୍ୟକ୍ତିଗତ ସମ୍ପତ୍ତି କଟାକ୍ଷ କରିଛନ୍ତି ରାମ କଦମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.