ETV Bharat / bharat

ଅକାଳୀ ଦଳ ସୁପ୍ରିମୋ ସୁଖବୀର ବାଦଲଙ୍କ ଗାଡି ଉପରେ ଆକ୍ରମଣ - ଅକାଳୀ ଦଳ ସୁପ୍ରିମୋ

ପଞ୍ଜାବର ଜଲାଲାବାଦରେ ଅକାଳୀ ଦଳର ସୁପ୍ରିମୋ ସୁଖବୀର ବାଦଲଙ୍କ ଗାଡି ଉପରକୁ ଆକ୍ରମଣ । ଘଟଣାକୁ ନେଇ କଂଗ୍ରେସ ଓ ଅକାଳୀ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ...

ଜଲାଲାବାଦରେ ସୁଖବୀର ବାଦଲଙ୍କ ଗାଡି ଉପରେ ଆକ୍ରମଣ

author img

By

Published : Feb 2, 2021, 3:42 PM IST

ଚଣ୍ଡିଗଡ: ପଞ୍ଜାବର ଜଲାଲାବାଦରେ ଅକାଳୀ ଦଳର ସୁପ୍ରିମୋ ସୁଖବୀର ବାଦଲଙ୍କ ଗାଡି ଉପରକୁ ଆକ୍ରମଣ । ଏହି ଆକ୍ରମଣକୁ ନେଇ କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଛି ଅକାଳୀ ଦଳ । ଘଟଣାକୁ ନେଇ କଂଗ୍ରେସ ଓ ଅକାଳୀ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ପଥର ଫିଙ୍ଗାଫିଙ୍ଗି ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି ।

ଜଲାଲାବାଦରେ ସୁଖବୀର ବାଦଲଙ୍କ ଗାଡି ଉପରେ ଆକ୍ରମଣ

ଜଲାଲାବାଦରେ ଚାଲିଥିଲା ପୌରପାଳିକା ନିର୍ବାଚନ । ସୋମବାର କଂଗ୍ରେସ ଓ ଆମ ଆଦମୀ ପାର୍ଟି କର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ତେବେ ଏହାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର ଅକାଳୀ ଦଳର ପ୍ରାର୍ଥିଙ୍କ ନାମାଙ୍କନ ଥିବାବେଳେ ଏଠାରେ ଖୋଦ ଦଳର ଅଧ୍ୟକ୍ଷ ସୁଖବୀର ବାଦଲ ପହଞ୍ଚିଥିଲେ । ଜଲାଲାବାଦ କୋର୍ଟ ପରିସରରେ ବାଦଲଙ୍କ ଗାଡି ପହଞ୍ଚିବା ମାତ୍ରେ ଏଠାରେ ପଥର ଫିଙ୍ଗା ଆରମ୍ଭ ହୋଇଗଲା ।

କଂଗ୍ରେସ ଓ ଅକାଳୀ ଦଳ କର୍ମୀଙ୍କ ମଧ୍ୟରେ ହୋଇଥିବା ମାରପିଟ ଘଟଣାରେ ଦୁଇ ଅକାଳୀ କର୍ମୀ ଆହତ ଥିବା ଖବର ମିଳିଛି । ଅକାଳୀ ଦଳ ଅଭିଯୋଗ ଆଣିଛି ଯେ କଂଗ୍ରେସ କର୍ମୀ ହଙ୍ଗାମା କରି ନାମାଙ୍କନ ଦାଖଲ ରୋକିବାକୁ ପ୍ରୟାସ କରୁଛନ୍ତି ।

ସେପଟେ ସୁଖବୀର ବାଦଲଙ୍କୁ ହୋଇଥିବା ଆକ୍ରମଣ ଘଟଣା ଘଟଣାକୁ ଦୃଢ ନିନ୍ଦା କରିଛି ଅକାଳୀ ଦଳ । ଏହାସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ଓ ହାଇକୋର୍ଟଙ୍କ ଜଷ୍ଟିସ ଅଧ୍ୟକ୍ଷତାରେ ଯାଞ୍ଚର ଦାବି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.