ETV Bharat / bharat

Maha Governor Controversial Remark: ରାଜ୍ୟପାଳଙ୍କୁ ହଟାଇବାକୁ ସିନ୍ଧେ ଗୋଷ୍ଠୀରୁ ଉଠିଲା ଦାବି

author img

By

Published : Nov 21, 2022, 9:50 PM IST

ମହାରାଷ୍ଟ୍ର ରାଜ୍ୟପାଳଙ୍କ ଶିବାଜୀ ମହାରାଜଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ମାମଲା (Maha Governor controversial remark)। ରାଜ୍ୟପାଳଙ୍କୁ ହଟାଇବାକୁ ସିନ୍ଧେ ଗୋଷ୍ଠୀ ବିଧାୟକ ସଂଞ୍ଜୟ ଗାଏକଓ୍ବାଡ କଲେ ଦାବି । ଅଧିକ ପଢନ୍ତୁ

Maha Governor controversial remark: ରାଜ୍ୟପାଳଙ୍କୁ ହଟାଇବାକୁ ସିନ୍ଧେ ଗୋଷ୍ଠୀରୁ ଉଠିଲା ଦାବି

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ଶିବାଜୀ ମହାରାଜଙ୍କୁ ନେଇ ବିବାଦୀୟ ବୟାନ ପରେ ଏବେ ରାଜ୍ୟପାଳଙ୍କୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସନ୍ଧେ ଗୋଷ୍ଠୀରୁ ସ୍ବର ଉଠିବା ଆରମ୍ଭ ହୋଇଛି (Maha Governor controversial remark)। ସିନ୍ଧେ ଗୋଷ୍ଠୀର ବରିଷ୍ଠ ନେତା ତଥା ବିଧାୟକ ସଞ୍ଜୟ ଗାଏକଓ୍ବାଡ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ହଟାଇବା ପାଇଁ ଭାରତୀୟ ଜନତା ପାର୍ଟି ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ବିଧାୟକ ସଞ୍ଜୟ ଗାଏକଓ୍ବାଡ କହିଛନ୍ତି, ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ହେଉଛନ୍ତି ଛତ୍ରପତି ଶିବାଜୀ ମହାରାଜ । ତାଙ୍କୁ ବିଶ୍ବର ଅନ୍ୟ କୌଣସି ମହାନ ବ୍ୟକ୍ତିଙ୍କ ସହ କୌଣସି ବି ପ୍ରସଙ୍ଗରେ ତୂଳନା କରିବା ଅନୁଚିତ । ତେବେ ରାଜ୍ୟର ରାଜ୍ୟପାଳଙ୍କର ତାଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଭାରତୀୟ ଜନତା ପାର୍ଟି ଓ କେନ୍ଦ୍ର ସରକାର ରାଜ୍ୟପାଳ କେଶିଆରୀଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ତୁରନ୍ତ ଅପସାରଣ କରନ୍ତୁ ।

ନିକଟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ କହିଥିଲେ, ‘‘ଯଦି ଆପଣଙ୍କୁ କେହି ନିଜର ଆଦର୍ଶ କିଏ ବୋଲି ପ୍ରଶ୍ନ କରେ, ତେବେ କେଉଁଠାକୁ ଯିବାର ଆବଶ୍ୟକତା ନାହିଁ । ମହାରାଷ୍ଟ୍ରରେ ହିଁ ଆପଣଙ୍କୁ ଆପଣଙ୍କ ଆଦର୍ଶ ମିଳି ପାରିବେ । ମହାରାଜ ଛତ୍ରପତି ଶିବାଜୀ ବର୍ତ୍ତମାନ ସମୟ ପାଇଁ ଏକ ପୁରୁଣା ଆଦର୍ଶ । ବର୍ତ୍ତମାନ ସମୟରେ ବାବା ସାହେବ ଆମ୍ବେଦକରଙ୍କଠାରୁ ଆରମ୍ଭ କରି ନୀତିନ ଗଡକରୀଙ୍କ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଆଦର୍ଶ ଭାବେ ଚୟନ କରାଯାଇପାରେ ।’’

ତେବେ କୋଶିଆରୀଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେ ନିଜର କିଛି ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି । ଗୁଜୁରାଟୀ ଓ ରାଜସ୍ଥାନୀଙ୍କ କାରଣରୁ ମୁମ୍ବାଇ ସହର ବିତ୍ତଶାଳୀ ହୋଇଛି । ସେମାନେ ମୁମ୍ବାଇ ଛାଡି ଫେରିଗଲେ ସହର ଆର୍ଥିକ ଭାବେ ଦୁର୍ବଳ ହୋଇପଡିବ ବୋଲି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ କୋଶିଆରୀ । ଏପରି ମନ୍ତବ୍ୟକୁ ଶିବସେନା ସମେତ ଅନେକ ରାଜନୈତିକ ଓ ଅଣରାଜନୈତିକ ଦଳ ନିନ୍ଦା କରିବା ସହ ରାଜ୍ୟପାଳଙ୍କ ବିରୋଧରେ ପ୍ରତିବାଦ ମଧ୍ୟ କରିଥିଲେ । ଏବେ ପୁଣି ମହାନ ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ନାମରେ ଏପରି ବୟାନ ଦେବା ପରେ ବିବାଦରେ ଛନ୍ଦି ହୋଇଛନ୍ତି ରାଜ୍ୟପାଳ କୋଶିଆରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.