ETV Bharat / bharat

ଆସନ୍ତା 15କୁ ଘୁଞ୍ଚିଲା ଶ୍ରୀ କୃଷ୍ଣ ଜନ୍ମଭୂମି ଶୁଣାଣି

author img

By

Published : Jan 4, 2021, 6:44 PM IST

ମଥୁରା ଶ୍ରୀ କୃଷ୍ଣ ଜନ୍ମଭୂମି ମାଲିକାନା ହକ ଏବଂ ପରିସରକୁ ଅତିକ୍ରମଣ ମୁକ୍ତ କରିବାର ଦାବିକୁ ନେଇ ଭଗବାନ ଶ୍ରୀ କୃଷ୍ଣଙ୍କ ବଂଶଜ ମନିସ ଯାଦବଙ୍କ ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି ପୁଣି ଥରେ ସୋମବାର ସକାଳୁ ସିନିୟର ଡିଭିଜନ ସିଭିଲ ଜଜଙ୍କ କୋର୍ଟରେ ଘୁଞ୍ଚାଇ ଦିଆଯାଇଛି । ଅଧିକ ପଢନ୍ତୁ...

ଶ୍ରୀ କୃଷ୍ଣ ଜନ୍ମଭୂମିର ଶୁଣାଣି ଜାନୁଆରୀ 15କୁ ଘୁଞ୍ଚିଲା

ଲକ୍ଷ୍ନୌ : ମଥୁରା ଶ୍ରୀ କୃଷ୍ଣ ଜନ୍ମଭୂମି ମାଲିକାନା ହକ ଏବଂ ପରିସରକୁ ଅତିକ୍ରମଣ ମୁକ୍ତ କରିବାର ଦାବିକୁ ନେଇ ଭଗବାନ ଶ୍ରୀ କୃଷ୍ଣଙ୍କ ବଂଶଜ ମନିସ ଯାଦବଙ୍କ ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି ପୁଣି ଥରେ ସୋମବାର ସକାଳୁ ସିନିୟର ଡିଭିଜନ ସିଭିଲ ଜଜଙ୍କ କୋର୍ଟରେ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ଶୁଣାଣି ଜାନୁଆରୀ 15 ତାରିଖରେ ହେବ ।

ଜନ୍ମଭୂମି ମାମଲାରେ ହିନ୍ଦୁ ସେନା ମୁଖ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୀଷ ଯାଦବ କୋର୍ଟରେ ଶ୍ରୀ କୃଷ୍ଣ ଜନ୍ମଭୂମି ମାଲିକାନା ହକ ଏବଂ ପରିସରକୁ ଅତିକ୍ରମଣ ମୁକ୍ତ କରିବା ନେଇ ଏକ ଆବେଦନ କରିଥିଲେ । ସିନିୟର ଡିଭିଜନ ସିଭିଲ ଜଜ କୋର୍ଟର ଆଡଭୋକେଟ ପଙ୍କଜ ଜୋଶୀ, ମନୀଷ ଯାଦବଙ୍କୁ ଶ୍ରୀ କୃଷ୍ଣଙ୍କ ବଂଶଜ ବୋଲି ଦର୍ଶାଇଥିଲେ ।

ସିନିୟର ଡିଭିଜନ ସିଭିଲ ଜଜଙ୍କ କୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ପାଇଁ ପାଞ୍ଚଜଣ ଜଜ ଅପରାହ୍ନ 2ଟା ସମୟରେ କୋର୍ଟରେ ପହଞ୍ଚିଥିଲେ ଏବଂ ଜାନୁଆରୀ 15 ପାଇଁ ଶୁଣାଣି ଧାର୍ଯ୍ୟ କରିଛନ୍ତି ।

ଲକ୍ଷ୍ନୌର ବାସିନ୍ଦା ମନୀଷ ଯାଦବଙ୍କ ଦ୍ବାରା ଦିଆଯାଇଥିବା ପିଟିସନରେ ସୁନ୍ନି ୱାକଫ ବୋର୍ଡ, ଶାହି ଇଦଗାହ ​​କମିଟି, ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ସେବା ସଂସ୍ଥାନ ଏବଂ ଶ୍ରୀକୃଷ୍ଣ ସେବା ଟ୍ରଷ୍ଟଙ୍କୁ ପାର୍ଟି କରାଯାଇଛି ।

ଦାବି ହେଉଛି ଯେ, 12 ଅକ୍ଟୋବର 1968ରେ କଟରା କେଶବ ଦେବ ମନ୍ଦିର ଜମିର ମାଲିକାନା ବୁଝାମଣା ଶ୍ରୀକୃଷ୍ଣ ଜନ୍ମସ୍ଥାନ ସୋସାଇଟି ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । 20 ଜୁଲାଇ 1973 ରେ ଏହି ଜମି ବିକ୍ରି କରାଯାଇଥିଲା । ବିକ୍ରିକୁ ରଦ୍ଦ କରିବା ପାଇଁ ସିନିୟର ଡିଭିଜନ ସିଭିଲ ଜଜଙ୍କ କୋର୍ଟରେ କରାଯାଇଥିବା ଆବେଦନରେ ଦାବି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.