ETV Bharat / bharat

ଓଭାନ ପରେ କୁନୋରୁ ମାଈ ଚିତା ଆଶା ଫେରାର - ମଧ୍ୟପ୍ରଦେଶ କୁନା ଜାତୀୟ ଉଦ୍ୟାନ

ଓଭାନ ପରେ ମଧ୍ୟପ୍ରଦେଶ କୁନା ଜାତୀୟ ଉଦ୍ୟାନରୁ ଖସି ଜନବସତି ମୁହାଁ ହୋଇଛି ମାଈ ଚିତା ଆଶା । ଭୟଭିତ ଗ୍ରାମବାସୀ । ଅଧିକ ପଢନ୍ତୁ

sheopur Female cheetah Asha
sheopur Female cheetah Asha
author img

By

Published : Apr 6, 2023, 9:21 AM IST

sheopur Female cheetah Asha

ଭୋପାଳ: କୁନୋ ଜାତୀୟ ଉଦ୍ୟାନରୁ ବାହାରି ଏବେ ଜନବସତୀ ମୁହାଁ ଚିତା । ପ୍ରଥମେ ଚିତା ଓଭାନ କୁନୋ ଜାତୀୟ ଉଦ୍ୟାନରୁ ଖସିଆସିଥିବା ବେଳେ ଏବେ ମାଇ ଚିତା ଆଶା ମଧ୍ୟ ଖସି ଆସିଛି । ବୁଧବାର ବିରପୁର ଜୟପୁର ଅଞ୍ଚଳର ବଫର ଜୋନ୍ ଜଙ୍ଗଲରେ ଆଶା ବୁଲୁଥିବାର ଦେଖିବାକୁ ମିଳିଥିଲା । ଗତ 2ରୁ 3ଦିନ ପୂର୍ବେ କୁନୋର ବଫର ଜୋଲ ଜଙ୍ଗଲ ଓ ଆଖପାଖ ସ୍ଥାନରେ ଦେଖିବାକୁ ମିଳିଥିଲା । କେତେବେଳେ ମାଈ ଚିତା ଆଶା ରିଜର୍ଭ ଜୋନ ଜଙ୍ଗଲରେ ବୁଲାବୁଲି କରୁଛି ତ ଆଉ କେତେବେଳେ ବଫର ଜୋନ ଜଙ୍ଗଲରେ ବୁଲାବୁଲି କରୁଛି । ଅଧିକ ସମୟରେ ନଦୀ ନାଳ ନିକଟର ଆଶା ବୁଲୁଥିରୁ ଏହା ଉପରେ ବନ ବିଭାଗ ଓ ଓ୍ବାର୍ଲ୍ଡ ଲାଇଫ ଟିମ ନଜର ରଖିଛି ।

ଲୋକଙ୍କ ମଧ୍ୟରେ ଭୟର ବାତାବରଣ: ଚିତା ଓଭାନ କୁନୋ ଜାତୀୟ ଉଦ୍ୟାନରୁ ବାହାରିବା ପରେ ରବିବାର ବିଜୟପୁର ତହସିଲର ଗୋଲିପୁରା ଓ ଝାର ବଡୋଦା ଗାଁରେ ପହଞ୍ଚିଥିଲା । ଗ୍ରାମବାସୀ ଚିତାକୁ ଦେଖିବା ପରେ ଭୟଭୀତ ହୋଇପଡିଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ବନ ବିଭାଗ ଟିମ ଚିତା ଓଭାନକୁ କୁନୋ ଜାତୀୟ ଉଦ୍ୟାନକୁ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି । ଏହି ସମୟରେ ଚିତା ଆଶା କୁନୋ ଜାତୀୟ ଉଦ୍ୟାନ ବାହାରୁ ବାହାରି ଆସିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-Watch Video: କୁନୋ ପାର୍କରୁ ବାହାରି ଜନବସତି ମୁହାଁ ଚିତା, ଆଲର୍ଟ ଗ୍ରାମବାସୀ

ମଣିଷ ଖାଏ ନାହିଁ ଚିତା ! କୁନୋ ଜାତୀୟ ଉଦ୍ୟାନରୁ ଓଭାନ ବାହାରକୁ ଆସିବା ପରେ ସେହିଦିନ ରାତିରେ ଏକ ଗାଇକୁ ଶିକାର କରିଥିଲା । ଏହାପରେ ବୁଧବାର ଏକ ଚିଙ୍କାରା ଶିକାର କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ମନୁଷ୍ୟକୁ ଆକ୍ରମଣ କରିନାହିଁ ଓଭାନ । କାହିଁକିନା ମଣିଷ ଖାଏ ନାହିଁ ଚିତା ।

ଚିତାକୁ ସୁରକ୍ଷା ଦେବ ଇଲୁ କୁକୁର: ଚିତା ବାଘଙ୍କୁ ସୁରକ୍ଷା ଦେବା ପାଇଁ କୁନୋ ଜାତୀୟ ଉଦ୍ୟାନରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସାତ ମାସ ଧରି ତାଲିମ ନେବା ପରେ ମଙ୍ଗଳବାର ମାଇ ଇଲୁ କୁକୁରକୁ ପଞ୍ଚକୁଲାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଛି । ଯିଏକି ବନ୍ୟଜନ୍ତୁଙ୍କୁ ଶିକାର କରିବାକୁ ଆସୁଥିବା ଶିକାରିଙ୍କୁ ଧରିବାରେ ସାହାଯ୍ୟ କରିବ । ଏହି ଇଲୁ କୁକୁର ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନର ଜଙ୍ଗଲରେ ରହିବ ଓ ଶିକାରୀଙ୍କ ଉପରେ ନଜର ରଖିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.