ETV Bharat / bharat

Operation Ganga: ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

‘ଅପରେସନ୍ ଗଙ୍ଗା'କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା । ଅପରେସନ୍ ଗଙ୍ଗା ମାଧ୍ୟମରେ ନିଜ ଦେଶକୁ 9ଜଣ ବାଂଲାଦେଶୀ ନାଗରିକ ଫେରି ପାରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଅଧିକ ପଢ଼ନ୍ତୁ

Sheikh Hasina thanks PM Narendra Modi for rescuing Bangladeshis from Ukraine under Operation Ganga
Operation Ganga: ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ
author img

By

Published : Mar 9, 2022, 12:33 PM IST

ନୂଆଦିଲ୍ଲୀ: ଭାରତ-ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବିଭୀଷିକା ଭିତରେ ପଶିରହିଥିବା ଭାରତୀୟଙ୍କ ସ୍ବଦେଶ ଆଣିବା ପାଇଁ ଆରମ୍ଭ ହୋଇଥିଲା ‘ଅପରେସନ୍ ଗଙ୍ଗା'। ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ୟୁକ୍ରେନ ପଡୋଶୀ ରାଷ୍ଟ୍ରଗୁଡିକରୁ ଉଦ୍ଧାର କରାଯାଇଛି । ତେବେ ଭାରତୀୟଙ୍କ ସମେତ ୟୁକ୍ରେନରେ ଫସିଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଭାରତ ସରକାରଙ୍କ ଦ୍ବାରା ୟୁକ୍ରେନରେ ଫସିଥିବା ପାକିସ୍ତାନ, ନେପାଳ ଏବଂ ଟୁନିସିଆ ସମେତ ଅନ୍ୟ ଦେଶର ଛାତ୍ରଛାତ୍ରୀ ମଧ୍ୟ ନିଜ ଦେଶକୁ ଫେରି ପାରିଛନ୍ତି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା (Sheikh Hasina thanks PM Narendra Modi ) । ବୁଧବାର ‘ଅପରେସନ୍ ଗଙ୍ଗା' ମାଧ୍ୟମରେ ବାଂଲାଦେଶର 9ଜଣ ନାଗରିକ ନିଜ ଦେଶକୁ ଫେରି ପାରିଛନ୍ତି । ମୋଦିଙ୍କ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହା ପୂର୍ବରୁ ପାକିସ୍ତାନର ଏକ ଛାତ୍ରୀ ମଧ୍ୟ ସେୟାର କରି ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁକ୍ରେନର ସମସ୍ତ ସହରରୁ ଭାରତୀୟଙ୍କୁ ଉଦ୍ଧାର କରାଯିବା ପରେ ସୁମି ସହରରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଥିବା ଅଭିଯାନ ଶେଷ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.