ETV Bharat / bharat

ଏନସିପି ମୁଖ୍ୟ ଶରଦ ପାୱାର ମେଡିକାଲରେ ଭର୍ତ୍ତି; ଆଜି ହେବ ଗଲବ୍ଲାଡର ଅସ୍ତ୍ରୋପଚାର

ଏନସିପି ମୁଖ୍ୟ ଶରଦ ପାୱାରଙ୍କର ଆଜି(ସୋମବାର)ଗଲବାର୍ଡର ଅପରେସନ କରାଯିବ । ଅଧିକ ପଢନ୍ତୁ...

author img

By

Published : Apr 12, 2021, 10:52 AM IST

ଏନସିପି ମୁଖ୍ୟ ଶରତ ପାୱାର
ଏନସିପି ମୁଖ୍ୟ ଶରତ ପାୱାର

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କର ଆଜି(ସୋମବାର) ଗଲବ୍ଲାଡର ଅପରେସନ କରାଯିବ । ଏ ନେଇ ତାଙ୍କୁ ରବିବାର ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଜି(ସୋମବାର) ତାଙ୍କର ଅପରେସନ ହେବା ନେଇ ସୂଚନା ଦେଇଛନ୍ତି ଏନସିପି ନେତା ନୱାବ ମାଲିକ । ଗତ ମାସରେ ଶରଦ ପାୱାରଙ୍କୁ ସାତ ଦିନ ବିଶ୍ରାମ ନେବାକୁ ଡାକ୍ତରଙ୍କ ପକ୍ଷରୁ ପରାର୍ମଶ ଦିଆଯାଇଥିଲା । ଏହା ପରେ 15 ଦିନ ପରେ ଶରଦ ପାୱାରଙ୍କ ଗଲବ୍ଲାଡର ଅପରେସନ କରାଯିବା ନେଇ ଡାକ୍ତର କହିଥିଲେ ।

କିଛି ଦନ ତଳେ ଶରଦ ପାୱାରଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏଣ୍ଡୋସ୍କୋପି କରିବା ପରେ ତାଙ୍କ ପିତ୍ତକୋଶରେ ଷ୍ଟୋନ ହୋଇଥିବା ଜଣାପଡିଥିଲା । ମେଡିକାଲ ପ୍ରଣାଳୀ ଅନୁସାରେ ଆଜି ତାଙ୍କର ଅସ୍ତ୍ରୋପଚାର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.