ETV Bharat / bharat

ମହାବିକାଶ ଅଗାଡି ମେଣ୍ଟ ଉପରେ ମତ ରଖିଲେ ଶରଦ ପାଓ୍ବାର, କହିଲେ ନାହିଁ ମତଭେଦ - mva in maharastra

ମହାରାଷ୍ଟ୍ରର କ୍ଷମତାସୀନ ମେଣ୍ଟ ମହାବିକାଶ ଅଗାଡି ଉପରେ ମତ ରଖିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର । କହିଲେ ମେଣ୍ଟରେ ନାହିଁ ବିରୋଧାଭାଷ । ଅଧିକ ପଢନ୍ତୁ...

ମହାବିକାଶ ଅଗାଡି ମେଣ୍ଟ ଉପରେ ମତ ରଖିଲେ ଶରଦ ପାଓ୍ବାର, କହିଲେ ନାହିଁ ମତଭେଦ

author img

By

Published : Jun 27, 2021, 7:06 PM IST

ମୁମ୍ବାଇ: ମହାରାଷ୍ଟ୍ରର କିଛି ମୌଳିକ ସମସ୍ୟା ଓ ପ୍ରସଙ୍ଗକୁ ନେଇ ଗଠିତ ହୋଇଥିଲା ମହାବିକାଶ ଅଗାଡି ମେଣ୍ଟ ସରକାର। ସେଥିମଧ୍ୟରୁ କିଛି ପ୍ରସଙ୍ଗ ବର୍ତ୍ତମାନ ସ୍ଥିତିରେ ସରକାର ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଏହାର ସାମାଧାନ ପାଇଁ ବର୍ତ୍ତମାନର ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେଣୁ ଏହି ସରକାର ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି । ଆଜି (ରବିବାର) ବାରମାଟିର ଗୋବିନ୍ଦବାଗରେ ଥିବା ତାଙ୍କ ବାସଭବନରେ ପାୱାର ସାମ୍ବାଦିକଙ୍କ ସହ କଥା ହେବା ଅବସରରେ ମେଣ୍ଟକୁ ନେଇ ଏପରି ସୂଚନା ଦେଇଛନ୍ତି ।

ଏହି ଅବସରରେ ପାଓ୍ବାର କହିଛନ୍ତି, ଆଗାମୀ ନିର୍ବାଚନରେ ​​ନିଜେ ଏକକ ଅଂଶଗ୍ରହଣ କରିବାକୁ କଂଗ୍ରେସ କହିଛି । ଏହା ଉପରେ ପାଓ୍ବାର କହିଛନ୍ତି ସରକାରରେ ରାଜ୍ୟରେ ଅଂଶୀଦାର ଥିବା 3ଟି ଦଳର ଭୂମିକା ଏକ ଅଂଶ ଅତି ଗୁରୁତ୍ବପୂର୍ଣ୍ଣ । କିନ୍ତୁ କୌଣସି ରାଜନୈତିକ ଦଳ ନିଜ ସାଂଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରୟାସ ଆରମ୍ଭ କରିବା ଅତ୍ୟନ୍ତ ସ୍ବାଭାବିକ ଘଟଣା । କିନ୍ତୁ ସରକାରରେ ଅଂଶୀଦାର ଥିବା 3 ଦଳ ମଧ୍ୟରେ କୌଣସି ମତପାର୍ଥ୍ୟକ୍ୟ ନାହିଁ । ସରକାର କୌଣସି ନିଷ୍ପତ୍ତିରେ ପହଞ୍ଚିବା ପାଇଁ 3 ଅଂଶୀଦାର ଦଳ ମଧ୍ୟରେ ସମ୍ମନ୍ବୟ ରକ୍ଷା କରିବା ପାଇଁ ଅଜିତ ପାୱାର, ଜୟନ୍ତ ପାଟିଲ, ସୁବାଷ ଦେଶାଇ, ଏକନାଥ ସିନ୍ଦେ, ବାଲାସାହେବ ଥୋରାଟ ଏବଂ ଅଶୋକ ଚୌହାନ ପ୍ରମୁଖ କାମ କରି ଆସୁଛନ୍ତି । କୌଣସି ଗୁରୁତ୍ବପୂର୍ଣ୍ଣ ରଣନୈତିକ ନିର୍ଣ୍ଣୟ ପାଇଁ ଏହି 6 ଜଣ ନେତା ଏକତ୍ର ସହମତିରେ ନିଷ୍ପତ୍ତି ନେବେ ବୋଲି ପାୱାର ସ୍ପଷ୍ଟ କରିଛନ୍ତି ।

ସେହିପରି ଆରବିଆଇ ଏକ ନୂତନ ଆଦେଶ ଜାରି କରିବା ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ଶରଦ ପାଓ୍ବାର। ସେ କହିଛନ୍ତି ଜନପ୍ରତିନିଧିଙ୍କୁ ସମବାୟ ବ୍ୟାଙ୍କଗୁଡିକର ଅଧ୍ୟକ୍ଷ ରହିବା ପାଇଁ ଆଉ ଅନୁମତି ଦିଆଯିବ ନାହିଁ। ପାଓ୍ବାର କହିଛନ୍ତି ଆରବିଆଇ ପକ୍ଷରୁ ଯାହା ନିଷ୍ପତ୍ତି ନିଆଯାଇଛି ତାହେଲେ ତାକୁ ସ୍ବୀକାର କରିବାକୁ ପଡିବ ବୋଲି କହିଛନ୍ତି ଶରଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.