ETV Bharat / bharat

ମନ୍ତ୍ରୀଙ୍କ ଗିରଫଦାରୀରେ ଛାନିଆ ପାଓ୍ବର ! ମମତାଙ୍କ ସହ କଲେ ଆଲୋଚନା - ମନ୍ତ୍ରୀ ନଓ୍ବାବ ମଲ୍ଲିକଙ୍କ ଗିରଫଦାରୀ

ମନ୍ତ୍ରୀ ନଓ୍ବାବଙ୍କ ଗିରଫଦାରୀରେ ଛାନିଆ ଏନସିପ ମୁଖ୍ୟ ଶରଦ ପାଓ୍ବର । ମମତାଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ଗିରଫଦାରୀରେ ଛାନିଆ ପାଓ୍ବର! ମମତାଙ୍କ ସହ କଲେ ଆଲୋଚନା

author img

By

Published : Feb 23, 2022, 11:00 PM IST

କୋଲକାତା/ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଦଳୀୟ ନେତାଙ୍କ ଏପରି ଗିରଫଦାରୀ ପରେ ଆତଙ୍କିତ ହୋଇପଡିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ବର ।

ଆଜି ପାଓ୍ବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଏକ ପ୍ରମୁଖ ବିରୋଧୀ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହୋଇଛି ।

ଆଜି ମମତା ନଓ୍ବାବ ମଲ୍ଲିକଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ଶରଦ ପାୱାରଙ୍କୁ ମହାରାଷ୍ଟ୍ର ସରକାରରୁ ତାଙ୍କୁ ନହଟାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିବା ସୂୂଚନା ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି ସଂସ୍ଥାକୁ ବିଜେପି ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଛି ବୋଲି ମମତା କହିଥିଲେ ।

ତେବେ ଉଭୟଙ୍କ ଆଲୋଚନାର ମାତ୍ର କିଛି ଘଣ୍ଟା ପରେ ମହାରାଷ୍ଟ୍ର ସରକାର ମନ୍ତ୍ରୀ ନଓ୍ବାବଙ୍କୁ ପଦରୁ ହାଟାଇବେ ନାହିଁ ବୋଲି ଘୋଷଣା କରିଥିଲେ । ଅନ୍ୟପଟେ ଗିରଫ ନଓ୍ବାବଙ୍କର ଜାମିନ ଖାରାଜ ହେବା ସହ ତାଙ୍କୁ ୮ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଏହି ଅବଧି ମଧ୍ୟରେ ଇଡି ତାଙ୍କୁ ଜେରା କରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.