ETV Bharat / bharat

Sharad Pawar Resignation: କିଏ ସମ୍ଭାଳିବ ପାୱାରଙ୍କ ବିରାସତ ? ଝିଅ ନା ପୁତୁରା

author img

By

Published : May 2, 2023, 9:56 PM IST

ମହାରାଷ୍ଟ୍ର ରାଜନୀତିରେ ଶରତ ପାୱାରଙ୍କ ପ୍ରଭାବ କାହାକୁ ଅଛପା ନାହିଁ । ତାଙ୍କ ଗୋଟି ଚାଳନାରେ ବହୁ ଘଟଣା ଘଟେ । ତାଙ୍କ ରଣନୀତି ସବୁବେଳେ ଭିନ୍ନ ଥାଏ । ଚାରି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଜାତୀୟ ରାଜନୀତିରେ ମଧ୍ୟ ଅନେକ ପ୍ରଭାବ ରଖିଥିଲେ ପାୱାର । କଂଗ୍ରେସରୁ ଇସ୍ତଫା ଦେଇ ନିଜ ଦଳ ଗଠନ କରି ସଫଳତା ପାଇଛନ୍ତି ପାୱାର । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: କିଏ ନେବେ ରାଷ୍ଟ୍ରବାଦୀ କଂଗ୍ରେସ (ଏନସିପି)ର ନେତୃତ୍ବ? କାହାକୁ ଭରସା କରିବେ ମହାରାଷ୍ଟ୍ର ରାଜନୀତିର ପିତାମହ ଭୀଷ୍ମ? ପାୱାରଙ୍କ ପତିଆରାକୁ କିଏ ଆଗେଇ ନେବେ? ଝିଅ ନା ପୁତୁରା । ଏନସିପିର ପ୍ରତିଷ୍ଠାତା ତଥା ଜାତୀୟ ସଭାପତି ଶରଦ ପାୱାର ଆଜି ଇସ୍ତଫା ଦେଇଥିବା ଘୋଷଣା ପରେ ଏବେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ।

ମହାରାଷ୍ଟ୍ର ରାଜନୀତିରେ ଶରତ ପାୱାରଙ୍କ ପ୍ରଭାବ କାହାକୁ ଅଛପା ନାହିଁ । ତାଙ୍କ ଗୋଟି ଚାଳନାରେ ବହୁ ଘଟଣା ଘଟେ । ତାଙ୍କ ରଣନୀତି ସବୁବେଳେ ଭିନ୍ନ ଥାଏ । ଚାରି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଜାତୀୟ ରାଜନୀତିରେ ମଧ୍ୟ ଅନେକ ପ୍ରଭାବ ରଖିଥିଲେ ପାୱାର । କଂଗ୍ରେସରୁ ଇସ୍ତଫା ଦେଇ ନିଜ ଦଳ ଗଠନ କରି ସଫଳତା ପାଇଛନ୍ତି ପାୱାର । ଏଭଳି ଜଣେ ପ୍ରଭାବଶାଳୀ ରାଜନେତାଙ୍କ ସ୍ଥାନ ନେବା ଏନସିପି ନେତାଙ୍କ ପକ୍ଷେ ସମ୍ଭବ ହୋଇନପାରେ । ମଙ୍ଗଳବାର ଅଚାନକ ପାୱାର ଏକ ସାମ୍ବାଦିକ ସମ୍ମିଳନୀରେ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ । ପାୱାରଙ୍କ ଏହି ଘୋଷଣା ପରେ ଦଳୀୟ ନେତା କର୍ମୀ ମହଲରେ ନିରାଶା ଛାଇ ଯାଇଛି । ଶହଶହ ନେତା କର୍ମୀ ପାୱାରଙ୍କୁ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଛନ୍ତି । ଦଳର ବରିଷ୍ଠ ନେତା ମାନେ ମଧ୍ୟ ପାୱାରଙ୍କୁ ସଭାପତି ପଦରେ ରହିବାକୁ ଅନୁରୋଧ କରିଛନ୍ତି । ପାୱାରଙ୍କ ପୁତୁରା ତଥା ବରିଷ୍ଠ ନେତା ଅଜିତ ପାୱାର କହିଛନ୍ତି ଏଭଳି ନିଷ୍ପତି ଗ୍ରହଣୀୟ ନୁହେଁ । ଦଳର କାର୍ଯ୍ୟ ସମିତି ବୈଠକ ହେବ । ଏହା ପରେ ନିଷ୍ପତ୍ତିର ହେବ ।

ଏହାବି ପଢନ୍ତୁ- ଏନସିପି ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ଆଜି ମୁମ୍ବାଇ ସ୍ଥିତ ଯୋଶୱନ୍ତ ଚୌହ୍ବାଣ ପ୍ରତିଷ୍ଠାନରେ ନିଜର ଆତ୍ମଜୀବନୀ ଉନ୍ମୋଚନ ଅବସରରେ ପାୱାର ଏନସିପି ଜାତୀୟ ସଭାପତି ପଦରୁ ଇସ୍ତଫା ନେଇ ଘୋଷଣା କରିଥିଲେ । ମୁଁ କେବଳ ଦଳୀୟ ସଭାପତି ପଦରୁ ଇସ୍ତଫା ଦେଇଛି । ଦଳ ପାଇଁ କାମ ଜାରି ରଖିବି । ପ୍ରତ୍ୟେକ୍ଷ ରାଜନୀତିରେ ବି ରହିବି ବୋଲି କହିଥିଲେ ।

ନିଜର ଇସ୍ତଫା ପରେ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ସଭାପତି ଚୟନ ନେଇ ଏକ ପ୍ୟାନେଲ ଗଠନ କରିବାକୁ ଘୋଷଣା କରିଥିଲେ । ତେବେ ପାୱାରଙ୍କ ଏହି ଘୋଷଣାକୁ ବିରୋଧ କରିଛନ୍ତି ଦଳୀୟ ନେତା କର୍ମୀ । ପାୱାର ସଭାପତି ପଦରେ ରହିବାକୁ ଦାବି କରିଛନ୍ତି । ପାୱାରଙ୍କ ଉପରେ ଚାପ ପକାଇବା ପାଇଁ ଦଳୀୟ ନେତା କର୍ମୀ ଧାରଣାରେ ବି ବସିଛନ୍ତି । ପାୱାର କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ବରିଷ୍ଠ ନେତାଙ୍କ ବହୁ ଅନୁରୋଧ ପରେ ନିଷ୍ପତିର ପୁନର୍ବିଚାର ପାଇଁ କିଛି ଦିନ ସମୟ ମାଗିଛନ୍ତି ।

ସେପଟେ ପାୱାରଙ୍କ ଇସ୍ତଫା ପରେ ଦଳୀୟ ନେତା, ବିଧାୟକ ଜିଲ୍ଲା ସଭାପତିଙ୍କ ଇସ୍ତଫା ମଧ୍ୟ ଆରମ୍ଭ ହୋଇଯାଇଥିଲା । ଏହାକୁ ନେଇ ଦଳରେ ଅସନ୍ତୋଷ ବଢିବା ପୂର୍ବରୁ ଅଜିତ ପାୱାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବୁଝାସୁଝା କରିଛନ୍ତି । ଅଜିତ କହିଛନ୍ତି ପାୱାର ସାହେବ ନିଷ୍ପତିର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି । ଏଥିପାଇଁ କିଛି ସମୟ ମାଗିଛନ୍ତି । ଯେଉଁ କାର୍ଯ୍ୟକର୍ତ୍ତା ମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ଇସ୍ତଫା ଗ୍ରହଣ ହେବ ନାହିଁ ।

ଅନ୍ୟପଟେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ଅଙ୍କକଷା ଚାଲିଛି । ପାୱାରଙ୍କ ପରେ ଦଳର ଦ୍ବିତୀୟ କ୍ଷମତାଶାଳୀ ନେତା ଥିବା ପ୍ରଫୁଲ୍ଲ ପଟେଲଙ୍କ ନାମ ଉପରେ ବିଚାର କରୁଛନ୍ତି ଶରଦ ପାୱାର । ଝିଅ ସୁପ୍ରିୟା ସୁଲେ କିମ୍ବା ପୁତୁରା ଅଜିତ ପାୱାରଙ୍କ ବଦଳରେ ପ୍ରଫୁଲ୍ଲ ପଟେଲଙ୍କୁ ଦଳର ଦାୟିତ୍ବ ଦେବାକୁ ବିଚାର କରୁଛନ୍ତି । ପ୍ରଫୁଲ୍ଲଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି କରି ଅଜିତଙ୍କୁ ଜାତୀୟ ମହାସଚିବ ସହ ନିଜେ ମାର୍ଗଦର୍ଶକ ରହିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.