ETV Bharat / bharat

ଏନସିପି ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

author img

By

Published : May 2, 2023, 1:55 PM IST

ବରିଷ୍ଠ ରାଜନେତା ତଥା ଶରଦ ପାୱାର ବଡ ଘୋଣଷା କରିଛନ୍ତି । ନ୍ୟାସନାଲ କଂଗ୍ରେସ ପାର୍ଟି(ଏନସିପି) ସଭାପତିରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି ଶରଦ ପାୱାର । ଅଧିକ ପଢନ୍ତୁ

ଏନସିପି ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା
Sharad Pawar

ମୁମ୍ବାଇ: ଜାତୀୟ ରାଜନୀତିରେ ବଡ଼ ହଲଚଲ । ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ରାଜନେତା ଶରଦ ପାୱାର । ପୁସ୍ତକ ଉନ୍ମୋଚନ ସମୟରେ ବଡ ଘୋଷଣା କରିଛନ୍ତି ଶରଦ ପାୱାର । ସେପଟେ ପଦରେ ରହିବାକୁ ଶରଦଙ୍କୁ ସମର୍ଥକ ଅପିଲ କରିଛନ୍ତି । ଶରଦଙ୍କୁ ମନାଇବାକୁ ଦଳର ବରିଷ୍ଠ ନେତା ଉଦ୍ୟମ ଆରମ୍ଭ କରିଛନ୍ତି । ପୂର୍ବରୁ ଝିଅ ସୁପ୍ରିୟା ସୁଲେ ଏ ନେଇ ସଙ୍କେତ ଦେଇଥିଲେ । ଏପରି ହଠାତ ଏନସିପି ସଭାପତି ପଦରୁ ଇସ୍ତଫା ଦେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । କିଛି ବିଜେପି ନେତାଙ୍କ ସହ ଶରଦଙ୍କ ସୁସମ୍ପର୍କ ଥିବା ଚର୍ଚ୍ଚା ହେଉଛି ।

ଏକ କାର୍ଯ୍ୟକ୍ରମରେ ଶରଦ ପାୱାର ସଭାପତି ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥକ ଓ ବରିଷ୍ଠ ନେତା ଗ୍ରହଣ କରିପାରି ନାହାନ୍ତି । ପଦରେ ରହିବାକୁ ସମର୍ଥକ ତାଙ୍କୁ ଅପିଲ କରିଛନ୍ତି । ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଛନ୍ତି ମାତ୍ର ଶରଦ ପାୱାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ହଠାତ ସୁପ୍ରିମୋ ପଦରୁ ଇସ୍ତଫା ଦେବା ନୂଆ ରଜାନୀତି ସମୀକରଣ ସୃଷ୍ଟି କରିଛି ।

ଇସ୍ତଫା ନେଇ ଘୋଷଣା କରି ଶରତ ପାୱାର କହିଛନ୍ତି, "ଦୀର୍ଘ ଦିନ ଧରି ଦଳର ନେତୃତ୍ବ ନେଇଛି । ଏବେ ସମୟ ଆସିଯାଇଛି ଦଳକୁ ନୂଆ ନେତୃତ୍ବର ଆବଶ୍ୟକତା ରହିଛି । ଦଳ ନେତାଙ୍କୁ ନିଷ୍ପତ୍ତି ନେବାକୁ ହେବ କିଏ ନୂଆ ସଭାପତି ହେବ ।" ଏନସିପି ନେତା ଜୟନ୍ତ ପାଟିଲ ଶରଦ ପାୱାରଙ୍କ ଇସ୍ତଫା ଖବର ଶୁଣି ଭାବବିହ୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି, "ଦଳରେ ଯାହା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କରନ୍ତୁ ମାତ୍ର ଏ ନିଷ୍ପତ୍ତି ବଦଳାଇ ଦିଅନ୍ତୁ ।"

ଶରଦ ପାୱାର ତାଙ୍କ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବାକୁ ଦାବି କରିଛନ୍ତି ସମର୍ଥକ । 24 ବର୍ଷ ହେବ ଏନସିପି ଅଧ୍ୟକ୍ଷ ଥିଲେ ଶରଦ ପାୱାର । ଶରଦଙ୍କ ପରେ ନୂଆ ଏନସିପି ନୂଆ ମୁଖ୍ୟ କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 1999ରେ ଏନସିପି ଗଠନ କରିଥିଲେ ଶରଦ ପାୱାର । ସେ 4ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଶେଷ ଥର ପାଇଁ ଶରଦ ପାୱାର 2022ରେ 4 ବର୍ଷ ପାଇଁ ଅଧ୍ୟକ୍ଷ ମନୋନୀତ ହୋଇଥିଲେ । ତାଙ୍କ ପୁତୁରା ଅଜିତ ପାୱାର ଏନସିପି କମାଣ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.