ଶିମଲା: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ବର୍ତ୍ତମାନ ଛତିଶଗଡ଼ ଗସ୍ତରେ ରହିଛନ୍ତି । ଏହି କ୍ରମରେ ଗତକାଲି(ବୁଧବାର) ବିଳାସପୁର ସିଏମଡି କଲେଜ ପରିସରରେ ଶଙ୍କରାଚାର୍ଯ୍ୟ ଏକ ବିଶାଳ ଧାର୍ମିକ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ଦେଶର ସ୍ଥିତି ଏବଂ ଲୋକଙ୍କ ମଧ୍ୟରେ ଧର୍ମର ବିଶ୍ବାସକୁ ନେଇ ଅନେକ କଥା କହିଛନ୍ତି । ସଭାରେ RSSକୁ (ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ) ଟାର୍ଗେଟ କରିଛନ୍ତି ଶଙ୍କରାଚାର୍ଯ୍ୟ ।
RSSକୁ ନେଇ ଏମତି କହିଲି ଶଙ୍କରାଚାର୍ଯ୍ୟ: RSSକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, "୬୨ ବର୍ଷ ପୂର୍ବେ ମୁଁ ଯେତେବେଳେ ଦିଲ୍ଲୀରେ ପାଠ ପଢୁଥିଲି ସେତେବେଳେ RSSର ଅନେକ କର୍ମକର୍ତ୍ତା ମୋ ଭାଇଙ୍କ ନିକଟକୁ ଆସୁଥିଲେ । ମୁଁ କୌଣସି ସଂଗଠନର ବିରୋଧୀ ନୁହେଁ । କିନ୍ତୁ RSS ପାଖରେ ପରମ୍ପରାପ୍ରାପ୍ତ କୌଣସି ଗ୍ରନ୍ଥ ନାହିଁ । ଏହାଠାରୁ ଗମ୍ଭୀର ବିଷୟ ଆଉ କିଛି ନୁହେଁ । ପରମ୍ପରାପ୍ରାପ୍ତ କୌଣସି ଗୁରୁ କିମ୍ବା କୌଣସି ନେତା ନାହାନ୍ତି । ବିନା ଗ୍ରନ୍ଥ, ଗୁରୁ ଏବଂ ଗୋବିନ୍ଦଙ୍କ ବିନା କୁଆଡେ ଯିବେ । ଯୁଆଡେ ଗଲେ ବି ବୁଲିବୁଲି ଏଠାକୁ ଆସିବେ, ନାହିଁ ମାନେ ଏଣେତେଣେ ବୁଲିବେ ।"
ଏହା ମଧ୍ୟ ପଢନ୍ତୁ: Bathinda Military Station firing: ଆଖି ବୁଜିଲେ ଆଉ ଜଣେ ଯବାନ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ରାଜନୀତିର ନାମ ହିଁ ରାଜଧର୍ମ: ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଆହୁରି ମଧ୍ୟ କହିଛନ୍ତି, "ରାଜନୀତିର ନାମ ରାଜ ଧର୍ମ ଅଟେ । ଧର୍ମର ସୀମା ବାହାରେ କୌଣସି ରାଜନୀତି ହୁଏ ନାହିଁ । ରାଜନୀତିର ଅର୍ଥ ହେଉଛି ରାଜ୍ୟ ଧର୍ମ, ଅର୍ଥ, ନୀତି । ଏହା ଗୋଟିଏ ହିଁ ଶବ୍ଦ ଅଟେ । ଧର୍ମର ସୀମା ବାହାରେ କୌଣସି ରାଜନୀତି ହେବା ଉଚିତ ନୁହେଁ । ରାଜନୀତିର ଅର୍ଥ ହେଉଛି ରାଜଧର୍ମ, ଯେଉଁମାନେ ସାର୍ଥକ ହେଉଛନ୍ତି ସେମାନଙ୍କର ଧର୍ମ ରହିଥାଏ । ଧର୍ମ ବିହୀନ ରାଜନୀତିକୁ କଳ୍ପନା କରିହେବ ନାହିଁ । କିନ୍ତୁ ଧାର୍ମିକ ଜଗତରେ ହସ୍ତକ୍ଷେପ କରି ମଠ ମନ୍ଦିରର ମର୍ଯ୍ୟାଦାକୁ ବିକୃତ କରିବା ରାଜନୀତି ନୁହେଁ । ରାଜନୀତି ନାମରେ ପାଗଳାମି କରାଯାଇଛି । ହିନ୍ଦୁମାନେ ବିପଦରେ ନାହାନ୍ତି । ଯେଉଁମାନ ହିନ୍ଦୁ ଧର୍ମକୁ ଜାଣନ୍ତି ନାହିଁ ସେମାନେ ବିପଦରେ ଅଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ