ETV Bharat / bharat

ପଶ୍ଚିମବଙ୍ଗରେ ଶାହଙ୍କ ସମ୍ବୋଧନ, ଶକ୍ତିର ସହ ଫୁଟିବ ପଦ୍ମ - Shah's address in wb

ପୁନର୍ବାର ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦକ୍ଷିଣ 24 ପ୍ରଗଣାରେ ବିଜେପିର ପରିବର୍ତ୍ତନ ଯାତ୍ରାକୁ ସବୁଜ ପତାକା ଦେଖାଇଛନ୍ତି ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ଶାହଙ୍କ ସମ୍ବୋଧନ, ଶକ୍ତିର ସହ ଫୁଟିବ ପଦ୍ମ

author img

By

Published : Feb 18, 2021, 3:43 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ବାକି ରହିଛି ଅଳ୍ପ କେଇ ମାସ । ଚଳିତ ମାସରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ତେବେ ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି, ସେତେ ବଢି ବଢି ଚାଲିଛି ରାଜ୍ୟ ରାଜନୀତିର ପାରଦ । ଏହାରି ମଧ୍ୟରେ ପୁନର୍ବାର ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦକ୍ଷିଣ 24 ପ୍ରଗଣାରେ ବିଜେପିର ପରିବର୍ତ୍ତନ ଯାତ୍ରାକୁ ସବୁଜ ପତାକା ଦେଖାଇଛନ୍ତି ଗୃହମନ୍ତ୍ରୀ ।

ସେପଟେ ନାମଖାନାରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ବାର୍ଷିକ 6 ହଜାର ଟଙ୍କା ଦିଆଯିବ । ଶାହ ଟିଏମସିକୁ ଟାର୍ଗେଟ କରି କହିଛନ୍ତି, ଟିଏମସିର ଗୁଣ୍ଡା ବିଜେପିର 130 କାର୍ଯ୍ୟକର୍ତ୍ତାଙ୍କର ହତ୍ୟା କରିଦେଇଛନ୍ତି । ପଶ୍ଚିମବଙ୍ଗରେ ଶକ୍ତିର ସହ ପଦ୍ମ ଫୁଟିବ ବୋଲି କହିଛନ୍ତି ଶାହ ।

ଜନସଭାରେ ଗୃହମନ୍ତ୍ରୀ କହିଛନ୍ତି, ଟିଏମସି ସରକାର ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ଜାଗା ଦେଇଛନ୍ତି । ବିଜେପି ସରକାର ଗୋଟି ଗୋଟି ଅନୁପ୍ରବେଶକାରୀଙ୍କୁ ବାହାର କରିବେ । ପଶ୍ଚିମବଙ୍ଗରେ ଦୁର୍ଗାପୂଜା କରିବା ପାଇଁ ଆଜି କୋର୍ଟରୁ ଅନୁମତି ନେବାକୁ ପଡୁଛି । ବିଜେପିର ଚାପ ପରେ ମମତା ବାନାର୍ଜୀ ସରସ୍ବତୀ ପୂଜାକୁ ଅନୁମତି ଦେଇଥିବା କହିଛନ୍ତି ଶାହ ।

ଶାହ ଆହୁରି ମଧ୍ୟ କହିଛନ୍ତି, ଜୟ ଶ୍ରୀରାମ ନାରା ଲାଗିଲେ ଦିଦି କହୁଛନ୍ତି ତାଙ୍କୁ ଅପମାନ ହେଉଛି । ଏହା କହି ରାଲିରେ ଜୟ ଶ୍ରୀରାମ ନାରା ଲଗାଇଥିଲେ ଶାହ । ଏହି ନାରା ଆମ ଯାତ୍ରାର ପ୍ରତୀକ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.