ETV Bharat / bharat

୭ଦିନ ପରେ ବନ୍ଦ କୋଠରୀରୁ ପରିବାର ଉଦ୍ଧାର

author img

By

Published : Apr 4, 2023, 8:24 PM IST

ବନ୍ଦ କୋଠରୀରେ ଭୋକ ଓ ଶୋଷ ଅବସ୍ଥାରେ ଉଦ୍ଧାର ହେଲେ ଏକ ପରିବାର । ଉତ୍ତରପ୍ରଦେଶ ଶାହାଜାହାଁପୁରରୁ ଆସିଛି ଏଭଳି ଏକ ଘଟଣା । ଅଧିକ ପଢନ୍ତୁ

Shahjahanpur Police
Shahjahanpur Police

ଲକ୍ଷ୍ନୌ: ଭୋକ ଓ ଶୋଷ ଅବସ୍ଥାରେ ବନ୍ଦ କୋଠରୀରୁ ଉଦ୍ଧାର ହେଲା ପରିବାର । ଉତ୍ତରପ୍ରଦେଶ ଶାହାଜାହାଁପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୭ ଦିନ ପରେ ଏହି ପରିବାରକୁ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବା ବେଳେ ୫ଜଣ ଛୋଟ ଶିଶୁ ରହିଥିଲେ । ଏମାନଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଶାହାଜାହାଁପୁର ଜନପଦ ଥଆନା ତିଲହର ଅଞ୍ଚଳର ବହାଦୁରଗଞ୍ଜ ଅଞ୍ଚଳର । ଏଠାରେ ବନାରସି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିବା ଏକ ପରିବାର ଘରୁ ବାହାରିନଥିଲେ । ପ୍ରାୟ ସପ୍ତାହ ଧରି ଘରେ କୌଣସି ହଲଚଲ ନ ଦେଖିବା ପରେ ପଡ଼ୋଶୀ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । କୌଣସି ଦୁର୍ଘଟଣା ଘଟିବା ନେଇ ସନ୍ଦେହ କରି ସେମାନେ ଘର ଭାଙ୍ଗିବା ଲାଗି ଉଦ୍ୟମ କରିଥିଲେ, ମାତ୍ର ସଫଳ ନ ହେବା ପରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଜଣେ ଲୋକ ସିଡ଼ି ଲଗାଇ ଘର ଭିତରକୁ ଦେଖିବା ଲାଗି ଉଦ୍ୟମ କରିଥିଲେ । ଗୋଟିଏ କୋଠରୀ ମଧ୍ୟରେ ପରିବାରର ସମସ୍ତ ସଦସ୍ୟ ରହିଥିବା ବେଳେ ଭିତର ପଟୁ ଘର କବାଟ ବନ୍ଦ ରହିଥିଲା ।

ଏହା ବି ପଢନ୍ତୁ- ଶିକ୍ଷା ବିଭାଗର ତ୍ରୁଟି, ହ୍ବାଟ୍ସଆପରେ ଘୁରି ବୁଲିଲା ଦଶମ ବୋର୍ଡ ପରୀକ୍ଷାର ପ୍ରଶ୍ନପତ୍ର

କୋଠରୀରେ ବନ୍ଦ ଥିବା ପରିବାରର ସମସ୍ତ ସଦସ୍ୟ ଦୁର୍ବଳ ହୋଇପଡ଼ିଥିବା ବେଳେ ଏଣୁତେଣୁ କଥା କହୁଥିଲେ । ଏହାପରେ ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ସହିତ ଏହି ପରିବାରକୁ ଉଦ୍ଧାର କରିଥିଲା । ପରିବାରର ସମସ୍ୟ ସଦସ୍ୟ ଦୁର୍ବଳ ହୋଇପଡ଼ିଥିବାରୁ ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରାଯାଇଥିଲା । ତନ୍ତ୍ର ବିଦ୍ୟା କାରଣରୁ ଏମାନେ କୋଠରୀରେ ବନ୍ଦ ରହିଥିଲେ ବୋଲି ପଡୋଶୀମାନେ ଆଶଙ୍କା କରିଛନ୍ତି । ତନ୍ତ୍ର ବିଦ୍ୟା ପରେ ଏମାନେ ନିଜେ ନିଜକୁ କୋଠରୀରେ ବନ୍ଦ ରଖିଥିଲେ ।

କାରଣ ଉଦ୍ଧାର ସମୟରେ ସମସ୍ତଙ୍କ ମଥାରେ ନାଲି ସିନ୍ଦୂର ଲାଗିଥିଲା । ସେମାନଙ୍କୁ ଉଦ୍ଧାର କରିବାରେ ଯଦି ଆହୁରି ବିଳମ୍ବ ହୋଇଥାନ୍ତା ତେବେ କୌଣସି ଅଘଟଣ ଘଟିଥାନ୍ତା ବୋଲି ଆଶଙ୍କା କରାଯାଉଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୋଟ ୭ଜଣ ସଦସ୍ୟଙ୍କ ମଧ୍ୟରୁ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ବେଳେ ଅନ୍ୟ ସଦସ୍ୟମାନଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.