ETV Bharat / bharat

ICC World Cup 2023: ଖଲିସ୍ତାନୀ ଧମକ, ରାଜଧାନୀରେ ବଢିଲା ସୁରକ୍ଷା - ଖଲିସ୍ତାନୀ ଆତଙ୍କବାଦୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁ

ଆଇସିସି ବିଶ୍ବକପ ଆରମ୍ଭ ପୂର୍ବରୁ ଖଲିସ୍ତାନୀ ଧମକ । ଦିଲ୍ଲୀର କିଛି ସ୍ଥାନରେ କାନ୍ଥରେ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ । ବିଦେଶରୁ ଆସୁଛି ଧମକପୂର୍ଣ୍ଣ ଅଡିଓ କଲ । ଅଧିକ ପଢନ୍ତୁ

ICC World Cup 2023: ଖଲିସ୍ତାନୀ ଧମକ, ଦିଲ୍ଲୀରେ ବଢିଲା ସୁରକ୍ଷା

author img

By ETV Bharat Odisha Team

Published : Sep 28, 2023, 5:22 PM IST

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ନିକଟରେ ଭାରତରେ ଆୟୋଜିତ ହେବାକୁ ଯାଉଛି କ୍ରିକେଟ ବିଶ୍ବକପ-2023 । ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀର କିଛି ସ୍ଥାନରେ ଖଲିସ୍ତାନୀ ସମର୍ଥିତ ପୋଷ୍ଟର ଓ ସ୍ଲୋଗାନ ଲେଖାଯାଇଥିବା ଦେଖାଯାଇଛି । ଭାରତରେ ଆତଙ୍କବାଦୀ ଘୋଷିତ ତଥା ପ୍ରତିବନ୍ଧିତ ସଂଗଠନ ‘ଶିଖ ଫର ଜଷ୍ଟିସ’ (SFJ)ର ସଦସ୍ୟଙ୍କ ଦ୍ବାରା ଏହି ପୋଷ୍ଟର ଲଗାଯାଇଥିବା ସନ୍ଦେହରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ସୁରକ୍ଷା ବଢିଛି ।

ଅନ୍ୟପଟେ ‘ଶିଖ ଫର ଜଷ୍ଟିସ’ର କାର୍ଯ୍ୟକର୍ତ୍ତା ତଥା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁନ ଏକ ଭିଡିଓ ଜାରି କରି ଦିଲ୍ଲୀରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଧମକ ଦେଇଛି । କାନାଡାରେ ନିଜ୍ଜାରର ହତ୍ୟା ପାଇଁ ସେ ସିଧା ଭାରତକୁ ଦାୟୀ କରିଛି । ପଞ୍ଜାବର ଯୁବବର୍ଗଙ୍କୁ ଖଲିସ୍ତାନୀ ସଂଗ୍ରାମରେ ଯୋଗ ଦେବା ପାଇଁ ମଧ୍ୟ ସେ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରିଛି ।

ଏହା ବ୍ୟତୀତ ବ୍ରିଟେନର ଏକାଧିକ ଅଜଣା ନମ୍ବରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ କଲ ଆସିଛି । ଏହି କଲରେ ଏକ ଅଟୋ ରେକର୍ଡ ଅଡିଓ ମେସେଜ ରହିଛି । ଯେଉଁଥିରେ କାନାଡାରେ ଆତଙ୍କବାଦୀ ନିଜ୍ଜାରର ହତ୍ୟାକୁ ଦର୍ଶାଯାଇଛି । ଅଡିଓରେ କୁହାଯାଇଛି, ‘‘ଶହୀଦ ନିଜ୍ଜାରଙ୍କ ହତ୍ୟା ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବୁ । ବୁଲେଟର ଜବାବ ବାଲାଟରେ ଦିଆଯିବ । ଏହି ଅକ୍ଟୋବରରେ କେବଳ ବିଶ୍ୱ କ୍ରିକେଟ୍ କପ ଆରମ୍ଭ ହେବ ନାହିଁ ବରଂ ବିଶ୍ୱ ଟେରର କପ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।’’ ଏହି ବାର୍ତ୍ତାକୁ SFJ ଜେନେରାଲ କାଉନସିଲ୍ ସଦସ୍ୟ ତଥା ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁନର ବାର୍ତ୍ତା ଭାବେ ଦର୍ଶାଯାଇଛି ।

ଏହା ପରେ ଦିଲ୍ଲୀର ବଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାରେ ବୃଦ୍ଧି କରାଯାଇଛି । ଗତ ଦିନମାନଙ୍କରେ ଖଲିସ୍ତାନୀ ଗତିବିଧି ଦେଖାଯାଇଥିବା ସ୍ଥାନକୁ ସ୍ବତନ୍ତ୍ର ଫୋକସରେ ରଖାଯାଇଛି । ଏହା ସହ ସାଇବର ସେଲ ଏହି ପ୍ରକାର ବିଦେଶୀ କଲ ଓ ମେସେଜ ଉପରେ ନଜର ରଖିଛି । ବିଭିନ୍ନ ସ୍ଥାନକୁ ଆସିଥୁବା କଲ ଓ ଆତଙ୍କବାଦୀ ପନ୍ନୁନ ଦ୍ବାରା ଜାରି କରାଯାଇଥିବା ତଥାକଥିତ ଭିଡିଓର ସତ୍ୟତା ମଧ୍ୟ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସ ସାଇବର ସେଲ କାମରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:-Mathura Train Accident: ଆସିଲା CCTV ଫୁଟେଜ, ଭିଡିଓ କଲରେ ବ୍ୟସ୍ତ ଥିଲେ ଲୋକୋ ପାଇଲଟ

ତେବେ ନିକଟରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜି20 ସମ୍ମିଳନୀ ସମୟରେ ମଧ୍ୟ ଖଲିସ୍ତାନୀ ଗତିବିଧି ସାମ୍ନାକୁ ଆସିଥିଲା । ସେତେବେଳେ ମଧ୍ୟ ଏହିପରି ଏକ ଭିଡିଓ ଓ ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା ସର୍କୁଲେଟ କରାଯାଇଥିଲା । ନୂଆଦିଲ୍ଲୀର ପ୍ରାୟ 5 ରୁ 6ଟି ମେଟ୍ରୋ ଷ୍ଟେସନ ଆଖପାଖରେ ଖଲିସ୍ତାନୀ ସମର୍ଥିତ ପୋଷ୍ଟର ଓ ସ୍ଲୋଗାନ ଲେଖାଯାଇଥିବା ନଜର ଆସିଥିଲା । ଏହି ଘଟଣାରେ ପୋଲିସ 2 ଯୁବକଙ୍କୁ ଗିରଫ କରିଥିଲା । ଏବେ ପୁଣି ଭାରତ ଆୟୋଜନରେ କ୍ରିକେଟ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଖଲିସ୍ତାନୀ ଧମକ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.