ନୂଆଦିଲ୍ଲୀ: ଦୁର୍ବଳ ହୋଇଛି ବାତ୍ୟା ତାଉ'ତେ । ସୋମବାର ରାତି 11ଟା 30ରେ ଲ୍ୟାଣ୍ଡ ଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ 3 ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥିଲା । ତେବେ ଆଜି ସକାଳ 8ଟା 30 ମିନିଟରେ ଗୁଜୁରାଟର ସୌରାଷ୍ଟ୍ରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିଲା ।
ବାତ୍ୟା ଅହମ୍ମଦାବାଦରୁ 210 କିଲୋମିଟର ଥିବା ବେଳେ ସୁରେନ୍ଦ୍ରନଗରରୁ 130 କିଲୋମିଟର ଓ ଅମରେଲୀରୁ 10 କିଲୋମିଟର ଦୂରରେ ରହିଛି । ଗତ 6 ଘଣ୍ଟା ହେବ ବାତ୍ୟା 10 କିଲୋମିଟର ପ୍ରତି ଘଣ୍ଟାରେ ଯାତ୍ରା କରୁଛି । 105-115 କିଲୋମିଟର ବେଗରେ ପବନ ବହୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ