ETV Bharat / bharat

ଶ୍ରୀଲଙ୍କାରୁ ଫେରିଲେ ୧୯ ଝାଡଖଣ୍ଡ ଶ୍ରମିକ - ଝାଡଖଣ୍ଡରେ ପହଞ୍ଚିଲେ ୧୯ ଶ୍ରମିକ

ଶ୍ରୀଲଙ୍କାରେ ଫସି ରହିଥିବା ଝାଡଖଣ୍ଡର ୧୯ଜଣ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି । ସମସ୍ତ ଶ୍ରମିକଙ୍କୁ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ବିମାନବନ୍ଦରରୁ ଶୁକ୍ରବାର ଚେନ୍ନାଇ ଆସିଥିଲେ ।

ଶ୍ରୀଲଙ୍କାରୁ ଫେରିଲେ ୧୯ ଝାଡଖଣ୍ଡ ଶ୍ରମିକ
ଶ୍ରୀଲଙ୍କାରୁ ଫେରିଲେ ୧୯ ଝାଡଖଣ୍ଡ ଶ୍ରମିକ
author img

By

Published : May 6, 2022, 10:21 PM IST

ରାଞ୍ଚି: ଶ୍ରୀଲଙ୍କାରେ ଫସି ରହିଥିବା ଝାଡଖଣ୍ଡର ୧୯ଜଣ ଶ୍ରମିକ ଆଜି (ଶୁକ୍ରବାର) ଘରକୁ ଫେରିଛନ୍ତି । ସମସ୍ତ ଶ୍ରମିକ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ବିମାନବନ୍ଦରରୁ ଶୁକ୍ରବାର ଚେନ୍ନାଇ ଆସିଛନ୍ତି । ସମସ୍ତ ଶ୍ରମିକ ଦେଢ ଘଣ୍ଟା ବିମାନ ଯାତ୍ରା ପରେ ଚେନ୍ନାଇରେ ପହଞ୍ଚିଥିଲେ ।

ଏମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତି ସହାୟତାରେ ସ୍ବଦେଶ ଅଣାଯାଇଛି । ସମସ୍ତ ଶ୍ରମିକ ଚେନ୍ନାଇରେ ପହଞ୍ଚିବା ପରେ ସେଠାରୁ ପୁଣି ବିମାନ ଯୋଗେ ରାଞ୍ଚି ଅଣାଯାଇଥିଲା । ଏଥିସହ ସବୁ ଶ୍ରମିକଙ୍କ ଘରକୁ ଯିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।

ସୂଚନା ଅନୁସାରେ, ଏହି ଶ୍ରମିକମାନେ କାମ କରିବାକୁ ଯାଇ ଫସି ରହିଥିଲେ । କାରଣ ଶ୍ରୀଲଙ୍କାରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ଯୋଗୁଁ ସାଧରଣ ଲୋକଙ୍କୁ ଅତ୍ୟାବ୍ଯଶକ ଜିନିଷ ଯୋଗାଇବାରେ ବିଫଳ ହୋଇଛନ୍ତି ସେଠାକାର ସରକାର । ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକଙ୍କ ପକ୍ଷରୁ ତାଙ୍କ ଫେରିବା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.