ETV Bharat / bharat

କାରଖାନାରେ ମିଥେନ ଗ୍ୟାସ୍ ଲିକ୍ ହୋଇ ୪ ଶ୍ରମିକ ମୃତ, ୨ ଗୁରୁତର - ହରିୟାଣା ବାହାଦୂରଗଡରେ ଗ୍ୟାସ୍ ଲିକରୁ ଶ୍ରମିକ ମୃତ

ହରିୟାଣା ବାହାଦୂରଗଡରେ ସ୍ଥିତ ଏକ ଫ୍ୟାକ୍ଟ୍ରିରେ ମିଥେନ ଗ୍ୟାସ୍ ଲିକ୍ ହୋଇ ୪ ଶ୍ରମିକ ମୃତ । ଦୁଇ ଜଣ ଆଇସିୟୁରେ ଭର୍ତ୍ତି । ଅଧିକ ପଢନ୍ତୁ

ଫ୍ୟାକ୍ଟ୍ରିରେ ମିଥେନ ଗ୍ୟାସ୍ ଲିକ୍ ହୋଇ ୪ ଶ୍ରମିକ ମୃତ, ୨ ଗୁରୁତର

author img

By

Published : Aug 4, 2022, 7:39 AM IST

ଚଣ୍ଡିଗଡ: ହରିୟାଣା ବାହାଦୂରଗଡରେ ବଡ ଅଘଟଣ ଘଟିଛି । ଏଠାରେ ଥିବା ଏକ ଫ୍ୟାକ୍ଟ୍ରିରୁ ମିଥେନ ଗ୍ୟାସ୍ ଲିକ୍(Methane gas leak) ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ଅପରାହ୍ନ ସମୟରେ ଶ୍ରମିକମାନେ ଫ୍ୟାକ୍ଟ୍ରିର ଆବର୍ଜନା ଟାଙ୍କି ସଫା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ମିଥେନ ଗ୍ୟାସ ଲିକ୍ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି ।

ସୂଚନା ଅନୁଯାୟୀ, ବାହାଦୂରଗଡ ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ଏହାର ଟାଙ୍କି ସଫା କରୁଥିଲେ । ଏହି ସମୟରେ ଗ୍ୟାସ୍ ଲିକ୍ ଯୋଗୁଁ ୬ ଜଣ ଚେତାଶୂନ୍ୟ ହୋଇଯାଇଥିଲେ । ସେମାନଙ୍କ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ବାକି ଦୁଇ ଜଣ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.