ETV Bharat / bharat

ନିର୍ମାଣଧୀନ 7 ମହଲାରୁ ଖସିଲା ଲିଫ୍ଟ, 8 ଶ୍ରମିକ ମୃତ - lift accident

ଗୁରୁରାଟ ଅହମ୍ମଦାବାଦ ୟୁନିଭର୍ସିଟି ନିକଟରେ ଅଘଟଣ । ନିର୍ମାଣଧୀନ 7 ମହଲାରୁ ଲିଫ୍ଟ ଖସିବା ଫଳରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ନିର୍ମାଣଧୀନ 7 ମହଲାରୁ ଖସିଲା ଲିପ୍ଟ
ନିର୍ମାଣଧୀନ 7 ମହଲାରୁ ଖସିଲା ଲିପ୍ଟ
author img

By

Published : Sep 14, 2022, 1:30 PM IST

Updated : Sep 14, 2022, 2:25 PM IST

ଗାନ୍ଧୀନଗର: ଗୁରୁରାଟ ଅହମ୍ମଦାବାଦ ୟୁନିଭର୍ସିଟି ନିକଟରେ ଏକ ବଡ ଅଘଟଣ ଘଟିଛି । ନିର୍ମାଣଧୀନ 7 ମହଲାରୁ ଲିଫ୍ଟ ଖସିବା ଫଳରେ 8 ଜଣ ଶ୍ରମିକ ଅକାଳରେ ଆଖି ବୁଜିଛନ୍ତି । ଦୁଇଟି ବିଲ୍ଡିଂରେ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ।

ସୂଚନାଅନୁସାରେ, ଅହମ୍ମଦାବାଦ ୟୁନିଭର୍ସିଟି ନିକଟରେ କୋଠା ନିର୍ମାଣ କାର୍ଯ୍ୟ ଚାଲିଥିଲା । ହଠାତ୍‌ 7 ମହଲା ବିଲ୍ଡିଂରୁ ଲିଫ୍ଟ ଖସି ପଡିଥିଲା ଫଳରେ 8ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାର ଖବର ପାଇ ତୁରନ୍ତ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ମୃତ 8ଜଣ ଶ୍ରମିକ ହେଲେ, ସଞ୍ଜୟ ବାବୁଭାଇ ନାୟକ, ଜଗଦୀଶ ରମେଶଭାଇ ନାୟକ, ଅଶ୍ବିନୀ ସୋମଭାଇ ନାୟକ, ମୁକେଶ ଭାରତଭାଇ ନାୟକ, ରାଜମଲ ସୁରେଶଭାଇ ଖରାଡି, ମୁକେଶଭାଇ ନାୟକ ଓ ପଙ୍କଜ ଶଙ୍କରଭାଇ ଖରାଡି ।

ଏହି ବି ପଢନ୍ତୁ...ପୁଞ୍ଚରେ ଘାଟିକୁ ଖସିଲା ବସ, 11 ମୃତ

ସମୟ ପାଖାପାଖି 9ଟା30ରେ ଏହି ଅଘଟଣ ଘଟିଛି । ଆସପୟାର 2 ନାମକ ବିଲ୍ଡିଂରେ ଏହି ଦୁର୍ଘଟଣା ଘଟିଛି । କାମ ଚାଲିଥିବା ସମୟରେ ହିଁ ଲିଫ୍ଟ ଖସି ପଡିଥିଲା । ଅଗ୍ନିଶମବାହିନୀ ଇନଚାର୍ଜ ଜୟେଶ ଖରାଡି କହିଛନ୍ତି, ''ପ୍ରଥମେ ଘଟଣା ନେଇ ଆମ ପାଖରେ ଖବର ପହଞ୍ଚି ନଥିଲା। ମିଡିଆ ଦ୍ବାରା ଆମେ ଏ ଖବର ପାଇଲୁ ତେଣୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲୁ । ବିଲ୍ଡିଂ ଦାୟିତ୍ବରେ ଥିବା ଜଣେ ବି ବ୍ୟକ୍ତି ଏଠାରେ ନାହାନ୍ତି ।''

Last Updated : Sep 14, 2022, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.