ETV Bharat / bharat

ଆଗ୍ରାରେ ଭାଙ୍ଗିଲା ଘରର ବାଲକୋନି, ଭଗ୍ନାବଶେଷ ତଳେ ଦବିଗଲେ 7 ମହିଳା - ଭଗ୍ନାବଶେଷ ତଳେ ଦବିଗଲେ ମହିଳା

ଆଗ୍ରା ଅଞ୍ଚଳରେ ଭାଙ୍ଗିଲା ଏକ ଘରର ବାଲକୋନି । ଆବର୍ଜନା ତଳେ ଦବିଗଲେ 7 ଜଣ ମହିଳା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 20, 2023, 9:34 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲା ଶାହାଗଞ୍ଜରେ ଭାଙ୍ଗିଲା ଘରର ବାଲକୋନି । ଏହି ବାଲକୋନିରେ ଛିଡ଼ା ହୋଇଥିବା 7 ଜଣ ମହିଳା ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ଉପରେ ପଡ଼ିଥିଲା ଭଗ୍ନାବଶେଷ । ଆହତ ମହିଳାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 24 ଘଣ୍ଟା ମଧ୍ୟରେ ଉକ୍ତ ଅଞ୍ଚଳରେ ଏହା ଦ୍ବିତୀୟ ଘଟଣା ବୋଲି କୁହାଯାଉଛି । ପୂର୍ବରୁ ଗତକାଲି (ଶନିବାର ) ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ।

ଶାହାଗଞ୍ଜ ପୃଥ୍ବୀନାଥ ମନ୍ଦିର ନିକଟ ଜୋଗିପଡ଼ାଠାରେ ଥିବା ଏକ ଘରର ବାଲକୋନି ଭାଙ୍ଗି ପଡ଼ିଥିଲା । ଏହି ଘଟଣାରେ ଆହତ ହୋଇଥିବା ମହିଳା ପୁଷ୍ପାଞ୍ଜଳି କହିଛନ୍ତି ଯେ ସେ ନିଜ ସମ୍ପର୍କୀୟ ପିଙ୍କି ଘରକୁ ଆସିଥିଲେ । ପିଙ୍କିଙ୍କ ଶାଶୁ ପ୍ରେମବତୀଙ୍କ ମୃତ୍ୟୁ ଘଟିଥିବାରୁ ସେମାନେ ଆସିଥିଲେ । ଶୋକ ସନ୍ତପ୍ତ ପରିବାରକୁ ସମ୍ବେଦନା ଜଣାଇବା ଲାଗି ଲୋକେ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ହଠାତ୍‌ ବାଲକୋନି ଭାଙ୍ଗିପଡ଼ିବା ପରେ ସ୍ଥାନୀୟ ଅଞ୍ଚଳ ଚିତ୍କାରରେ ଫାଟି ପଡ଼ିଥିଲା । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ସେଠାରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିବା ବେଳେ ଘର ଖାଲିଥିଲା । ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳରେ ଏବେ ଯାତାୟାତ ମଧ୍ୟ ବନ୍ଦ କରାଯାଇଛି ।

ଏହା ବି ପଢନ୍ତୁ- ଏମିତି ବି ଆସେ ମୃତ୍ୟୁ ! ଠିଆ ହୋଇଥିଲେ ଉପରେ ଭାଙ୍ଗି ପଡିଲା କୋଠା, 2 ମୃତ

ଶାହାଗଞ୍ଜ ଥାନା ଅଧିକାରୀ ପ୍ରତାପ ସିଂ କହିଛନ୍ତି, "କଣ୍ଟ୍ରୋଲ ରୁମରୁ ସୂଚନା ମିଳିଥିଲା ଯେ ଏକ ଘରର ବାଲକୋନି ଭାଙ୍ଗି ପଡ଼ିଛି । ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଅଘଟଣରେ ଅଞ୍ଜଳି, ପିଙ୍ଗି, ପୁଷ୍ପାଞ୍ଜଳିଙ୍କ ସମେତ 7 ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଘର ନିକଟରେ ତଳେ ଠିଆ ହୋଇଥିବା କିଛି ଶିଶୁ ଓ ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।" ସୂଚନା ଥାଉ କି ଆଗ୍ରା ଜିଲ୍ଲାରେ ଗତ 24 ଘଣ୍ଟାରେ ଏହା ଦ୍ବିତୀୟ ଘଟଣା । ଶନିବାର କୋତବାଲି ଅଞ୍ଚଳରେ କୁଞ୍ଚା ସାଧୁରାମଙ୍କ ଘରର କିଛି ଅଂଶ ମଧ୍ୟ ଭାଙ୍ଗି ପଡ଼ିଥିଲା । ହେଲେ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି । ମାତ୍ର ଘର ନିକରଟରେ ପାର୍କିଂ ଥିବା କିଛି ଯାନ ଆବର୍ଜନା ତଳେ ଦବି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.