ETV Bharat / bharat

ଖାଇକୁ ଖସିଲା ସେନା ଗାଡି, ୩ ଯବାନ ମୃତ

author img

By

Published : Jan 11, 2023, 10:15 AM IST

Updated : Jan 11, 2023, 2:11 PM IST

ଜମ୍ମୁ କାଶ୍ମୀରରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ । ଏଥିରେ ୩ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାରା ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି କୁପୱାରା ଅନ୍ତର୍ଗତ ମଚିଲ ସେକ୍ଟର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ଜୁନିୟର କମିଶନଡ ଅଫିସରଙ୍କ(Junior Comissioned Officer) ସମେତ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେନା ପକ୍ଷରୁ ଟ୍ବିଟ୍ ଯୋଗେ ଏନେଇ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ମଚିଲ ସେକ୍ଟରରେ ନିୟମିତ ଅପରେସନ ଟାସ୍କ ସମୟରେ ଏହି ଅଘଟଣ ଘଟିଛି । ତିନି ଜଣ ଯବାନଙ୍କୁ ନେଇ ବରଫାବୃତ ରାସ୍ତାରେ ଯାଉଥିବା ଏକ ଗାଡି ଭାରସାମ୍ୟ ହରାଇ ଗଭୀର ଖାଇ ମଧ୍ୟକୁ ଖସି ପଡିଛି । ସମସ୍ତ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ । ପ୍ରକାଶଥାଉ କି, ଏହାପୂର୍ବରୁ ଡିସେମ୍ବର ୨୩ରେ ଉତ୍ତର ସିକ୍କିମର ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡିଟି ଭାରସାମ୍ୟ ହରାଇ ୧୦୦ ଫୁଟ ଗଭୀର ଖାଇକୁ ଖସି ପଡିବାରୁ ଏଥିରେ ୧୬ ଜଣ ଯବାନ ପ୍ରାଣ ହରାଇଥିଲେ ।

Last Updated : Jan 11, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.