ETV Bharat / bharat

Road Mishap: ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା, ୬ ମୃତ - ଉତ୍ତରପ୍ରଦେଶ ଦୁର୍ଘଟଣା

ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଅଧିକ ପଢନ୍ତୁ

Road Mishap: ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା, ୬ ମୃତ

author img

By

Published : May 3, 2022, 1:44 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାସଗଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା । ବୋଲେରୋ ସହ ମୁହାଁମୁହିଁ ଧକ୍କା ହେଲା ଅଟୋ । ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଅଟୋ ଯାତ୍ରୀ ଅଟନ୍ତି ଏବଂ ସେମାନେ ଏକ ଆଶ୍ରମକୁ ଯାଉଥିବାର ଜଣାପଡିଛି । ଅଟୋରେ ୧୫ ରୁ ୧୭ ଜଣ ଯାତ୍ରୀ ଥିବାର କୁହାଯାଉଛି ।

ସୂଚନା ଅନୁଯାୟୀ, ସମସ୍ତ ଶ୍ରଦ୍ଧାଳୁମାନେ ଫରୁଖାବାଦରୁ(Farrukhabad) କାସଗଞ୍ଜର ପଟିୟାଲି(Patiyali)ରେ ଥିବା ଭୋଳା ବାବାଙ୍କ ଆଶ୍ରମକୁ ଯାଉଥିଲେ । ଏହି ସମୟରେ ଅଶୋକପୁର ସ୍ଥିତ ବନ୍ଦାୟୁ-ମୈନପୁରୀ ନିକଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ସହ ଅଟୋଟି ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ଏନେଇ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଗୁରୁତରଙ୍କ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଏହି ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.