ETV Bharat / bharat

ରାମ ନବମୀରେ ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା, ମୃତ୍ୟୁ ସଂଖ୍ୟା 35କୁ ବୃଦ୍ଧି - ବେଲେଶ୍ବର ମନ୍ଦିରରେ ଅଘଟଣ

ରାମ ନବମୀରେ ଇନ୍ଦୋରର ବେଲେଶ୍ବର ମନ୍ଦିରରେ ଅଘଟଣ । ଛାତ ଭୁଶୁଡି ପଡିବାରୁ ମନ୍ଦିରର ଜଳକୂପରେ ପଡି 35 ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ଅନ୍ୟ କିଛି ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଇନ୍ଦୋରର ବେଲେଶ୍ବର ମନ୍ଦିରରେ ଅଘଟଣ
ଇନ୍ଦୋରର ବେଲେଶ୍ବର ମନ୍ଦିରରେ ଅଘଟଣ
author img

By

Published : Mar 30, 2023, 4:12 PM IST

Updated : Mar 31, 2023, 8:16 AM IST

ଭୋପାଲ: ରାମ ନବମୀରେ ଇନ୍ଦୋରର ବେଲେଶ୍ବର ମନ୍ଦିରରେ ବଡ ଅଘଟଣ ଘଟିଛି । ମନ୍ଦିରର ଛାତ ଭୁଶୁଡ଼ି ପଡିବା କାରଣରୁ 35 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଆହତ ଅବସ୍ଥାରେ ପ୍ରାୟ 18 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜଣେ ଶ୍ରଦ୍ଧାଳୁ ନିଖୋଜ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଗତକାଲି(ଗୁରୁବାର) ମନ୍ଦିରକୁ ରାମ ନବମୀ ପୂଜାର୍ଚ୍ଚନା ପାଇଁ ଅପେକ୍ଷାକୃତ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ସମୟରେ ମନ୍ଦିରରେ ଥିବା ଏକ କୂଅର ଛାତ ଭୁଶୁଡି ପଡିବା କାରଣରୁ ପ୍ରାୟ 30ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରାଙ୍ଗଣରେ ଥିବା ଜଳକୂପ ମଧ୍ୟକୁ ଖସି ପଡିଥିଲେ । ସ୍ଥାନୀୟ ପ୍ରଶାସନ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରି ଅଘଟଣ ପରେ ମନ୍ଦିରରେ ଦର୍ଶନ ବନ୍ଦ ରହିଛି ।

ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, କୂଅର ଛାତ ଭୁଶୁଡି ପଡିବା କାରଣରୁ ପ୍ରାୟ 25ରୁ ଅଧିକ ଶ୍ରଦ୍ଧାଳୁ ଜଳକୂପ ମଧ୍ୟକୁ ଖସି ପଡିଥିଲେ । ସେମାନଙ୍କ ମଧ୍ୟରେ ଶିଶୁ, ମହିଳା ଓ କିଛି ବୟସ୍କ ଶ୍ରଦ୍ଧାଳୁ ମଧ୍ୟ ଥିଲେ । ଅଘଟଣ ସମ୍ପର୍କରେ ଜଣାପଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ସ୍ଥାନୀୟ ପୋଲିସ ଅପରେସନରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

  • Extremely pained by the mishap in Indore. Spoke to CM @ChouhanShivraj Ji and took an update on the situation. The State Government is spearheading rescue and relief work at a quick pace. My prayers with all those affected and their families.

    — Narendra Modi (@narendramodi) March 30, 2023 " class="align-text-top noRightClick twitterSection" data=" ">

ଏପରି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏହି ଅଘଟଣ ମୋତେ ଯନ୍ତ୍ରଣା ଦେଇଛି କହିବା ସହ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିବା ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି । ରାଜ୍ୟ ସରକାର ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଅଘଟଣର ଶିକାର ହୋଇଥିବା ବ୍ୟକ୍ତି ବିଶେଷ ଓ ତାଙ୍କ ପରିବାରକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

  • Stepwell collapse at Indore temple | MP: An ex-gratia amount of Rs 5 lakhs to be given to next of kin of deceased while Rs 50,000 will be given to the injured: MP CM SS Chouhan pic.twitter.com/tbHUd1LluZ

    — ANI MP/CG/Rajasthan (@ANI_MP_CG_RJ) March 30, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ସ୍ଥାନୀୟ କମିଶନର ଓ ଜିଲ୍ଲାଧିକାରୀଙ୍କୁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ସହ ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି । ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଅଘଟଣର ତଦନ୍ତ ଆରମ୍ଭ ହୋଇସାରିଥିବା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2023, 8:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.