ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରଣାସୀରେ ଆଜି(ବୁଧବାର) ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ କାର୍ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ଏଥିରେ ୮ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ । ସେମାନେ ବାରଣାସୀରେ କାଶୀ ବିଶ୍ବନାଥଙ୍କ ଦର୍ଶନ କରି କାରରେ ଜୈନପୁର ଫେରୁଥିଲେ । ବାଟରେ ଗୋଟିଏ ଟ୍ରକ କାର ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଗାଡିରେ ଥିବା ସମସ୍ତ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କେବଳ ଜଣେ ୩ ବର୍ଷର ଛୁଆ ଜୀବନ ବଞ୍ଚିଯାଇଛି । ତେବେ ତା'ର ଅବସ୍ଥାରେ ଖୁବ୍ ଗୁରୁତର ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିଛି ଏବଂ ଆହତ ଶିଶୁକୁ ହସ୍ପିଟାଲ ପଠାଇଛି ।
ସୂଚନା ମୁତାବକ, ଆଜି ଭୋର୍ ପ୍ରାୟ ସାଢେ ୪ଟା ବେଳେ ଦୁର୍ଘଟଣା ଘଟିଛି । ମୃତକମାନଙ୍କ ଘର ପିଲିଭିତ ଅଞ୍ଚଳରେ । ମଙ୍ଗଳବାର ଦିନ ପରିବାରର ୯ ଜଣ ସଦସ୍ୟ ବାବା ବିଶ୍ବନାଥଙ୍କ ଦର୍ଶନ ପାଇଁ ବାରଣାସୀ ଯାଇଥିଲେ । ଦର୍ଶନ ସାରି କାରରେ ନିଜ ଘରକୁ ଫେରୁଥିଲେ । ଫେରିବା ବାଟରେ ଭୋର ୪ଟା ୩୦ ସମୟରେ ସେମାନଙ୍କ କାର ଗୋଟିଏ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଗୋଟିଏ ୩ ବର୍ଷ ଶିଶୁ ଗୁରୁତର ଆହତ ହୋଇଥିଲା । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି ।
ଏହାମଧ୍ୟ ପଢନ୍ତୁ: Italy Bus Accident: ଦୁର୍ଘଟଣା ପରେ ବସରେ ଲାଗିଲା ନିଆଁ, 20 ମୃତ
ଏହାମଧ୍ୟ ପଢନ୍ତୁ: Tamil Nadu : ଖାଇକୁ ଟୁରିଷ୍ଟ ବସ ଖସି 8 ମୃତ, 30ରୁ ଅଧିକ ଆହତ
ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ପୋଲିସ ଘଟଣାସ୍ଥଳରୁ ସମସ୍ତ ମୃତଦେହଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆହତ ଶିଶୁପୁତ୍ରର ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ପିଲିଭିତର ଏହି ପରିବାର ବାବା ବିଶ୍ବନାଥଙ୍କ ଦର୍ଶନ କରି ଜୈନପୁର ଅଭିମୁଖେ ଫେରୁଥିଲେ । ଯେତେବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଗଲା । ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ