ETV Bharat / bharat

Blast In Afghanistan: ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ, ୩୩ ମୃତ

author img

By

Published : Apr 23, 2022, 8:44 AM IST

ଆଫଗାନିସ୍ତାନର ଉତ୍ତରାଞ୍ଚରେ ଅବସ୍ଥିତ କୁନ୍ଦୁଜ ସହରର ଏକ ମସଜିଦରେ ଶୁକ୍ରବାର ଶକ୍ତିଶାଳୀ ବୋମା ବିସ୍ପୋରଣ ହୋଇଛି । ଏହି ବିସ୍ଫୋରଣରେ ୩୩ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Blast In Afghanistan: ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ, ୩୩ ମୃତ
Blast In Afghanistan: ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ, ୩୩ ମୃତ

କାବୁଲ: ଆଫଗାନିସ୍ତାନରେ ପୁଣି ବୋମା ବିସ୍ଫୋରଣ । ଆଫଗାନିସ୍ତାନର ଉତ୍ତରାଞ୍ଚରେ ଅବସ୍ଥିତ କୁନ୍ଦୁଜ ସହରର ଏକ ମସଜିଦରେ ଶୁକ୍ରବାର ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩୩ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଏନେଇ ତାଲିବାନ ମୁଖପାତ୍ର ଜବିଉହ୍ଲା ମୁଜାହିଦ ଟ୍ବିଟକରି ସୂଚନା ଦେଇଛନ୍ତି । ଶୁକ୍ରବାର ନବାଜ ପାଠ ସମୟରେ ଏହି ଆକ୍ରମଣ ହୋଇଥିବା ବେଳେ ତାଲିବାନ ସରକାର ଏଭଳି ଆକ୍ରମଣକୁ କଡା ନିନ୍ଦା କରିଛି । ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।

କ୍ରମାଗତ ଦ୍ବିତୀୟ ଦିନରେ ଆଫଗାନିସ୍ତାନ ମସଜିଦରେ ଏଭଳି ବିସ୍ପୋରଣ ହୋଇଛି । ଏହା ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟ ସହିତ ନାଗରିକ ଏବଂ ଏବଂ ମାନବିକତା ଉପରେ ଆକ୍ରମଣ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ରହିଥିବା ନେଇ ସ୍ପଷ୍ଟ ହୋଇଛି ।

ତାଲିବାନ ମୁଖପାତ୍ର ଜବିଉହ୍ଲା ମୁଜାହିଦ ଟ୍ୱିଟ୍ କରି କହିଛନ୍ତି ଯେ, ଉତ୍ତର ଭାଗର କୁନ୍ଦଜର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ ୩୩ ଜଣଙ୍କ ମଧ୍ୟରେ ଗୋଟିଏ ଶିଶୁ ମଧ୍ୟ ଥିବା ସୂଚନା ଦେଇଛନ୍ତି । ତାଲିବାନ ଏହି ଘଟଣାକୁ ନିନ୍ଦା କରିବା ସହ ସମବେଦନା ଜଣାଉଛି।

ଆଫଗାନିସ୍ତାନରେ ଦୁଇ ଦିନରେ ଏହା ତୃତୀୟ ବିସ୍ଫୋରଣ । ଏହା ପୂର୍ବରୁ ଗୁରୁବାର ଉତ୍ତର ସହର ମଜାର-ଏ-ଶରୀଫରେ ଏକ ସିୟା ମସଜିଦରେ ହୋଇଥିବା ଏକ ବିସ୍ଫୋରଣ ପାଇଁ ISIS ନିଜକୁ ଦାୟୀ କରିଥିଲା । ଏହି ବିସ୍ଫୋରଣରେ ପାଖାପାଖି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଥିଲା । ଏହାଛଡା ଗୁରୁବାର କୁନ୍ଦଜ ସହରରେ ଅନ୍ୟ ଏକ ବିସ୍ଫୋରଣ ପାଇଁ ମଧ୍ୟ ଆଇଏସ ନିଜକୁ ଦାୟୀ କରିଥିଲା । ଏଥିଲେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.