ETV Bharat / bharat

ବିଷାକ୍ତ ମଦ ପିଇ ଚାଲିଗଲା ୫ ଜୀବନ

author img

By

Published : Sep 10, 2022, 12:51 PM IST

ଉତ୍ତରଖଣ୍ଡ ହରିଦ୍ବାର ଜିଲ୍ଲାରେ ବିଷାକ୍ତ ମଦ ପିିଇ ୫ ମୃତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ବିଷାକ୍ତ ମଦ ପିଇ ଚାଲିଗଲା ୫ ଜୀବନ
ବିଷାକ୍ତ ମଦ ପିଇ ଚାଲିଗଲା ୫ ଜୀବନ

ଡେରାଡୁନ: ପୁଣି ସାମ୍ନାକୁ ଆସିଲା ମଦ ମୃତ୍ୟୁ । ବିଷାକ୍ତ ମଦ ପିଇ ଚାଲିଗଲା ୫ ଜୀବନ । ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲା ଅନ୍ତର୍ଗତ ପଥରୀ ଥାନା ଅଞ୍ଚଳର ଶିବଗଡ ଗ୍ରାମରେ ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଆଗକୁ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାବେଳେ କୌଣସି ପ୍ରାର୍ଥୀ ଲୋକଙ୍କୁ ଏହି ମଦ ବାଣ୍ଟିଥାଇ ପାରେ ବୋଲି ଆଶଙ୍କା କରାଯାଇଛି । ପୋଲିସ ଏ ଦିଗରେ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ବିଷାକ୍ତ ମଦ୍ୟପାନ ଯୋଗୁଁ ହରିଦ୍ବାର ଜିଲ୍ଲା ରୁଡକୀରେ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅକାଳରେ ୪୦ ଲୋକ ଆଖି ବୁଜିବା ଘଟଣା ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିଲା । ଏହି ଘଟଣାରେ ପୋଲିସ ଅନେକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା । ହେଲେ ଏବେ ପୁଣିଥରେ ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ମଦ ଘଟଣା ସାମ୍ନାକୁ ଆସୁଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଏହାକୁ ନେଇ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ଗଣେଶଙ୍କ ପାଦ ଛୁଇଁବାରୁ ଦଳିତ ନାବାଳକକୁ ନିର୍ଦ୍ଧୁମ ମାଡ

ସେହିପରି ୨୦୧୯ ବର୍ଷ ରାଜଧାନୀ ଡେରାଡୁନରେ ମଧ୍ୟ ଏଭଳି ମଦ ମୃତ୍ୟୁ ଘଟିଥିଲା । ବିଷାକ୍ତ ମଦ ପାନ ଯୋଗୁଁ ଏଠାରେ ୬ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ମଦ ବ୍ୟବସାୟୀ ପୋଲିସ ସ୍କାନରରେ ରହିଥିବା ବେଳେ ଲଗାତାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏଥିରେ ଅନେକ ଗିରଫ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଅବକାରୀ ବିଭାଗ ଡେରାଡୁନ ଏବଂ ରୁଡକୀରେ ଉଭୟ ଦେଶୀ ଏବଂ ବିଦେଶୀ ମଦ ଦୋକାନରେ ମଦ ଯାଞ୍ଚ ଆରମ୍ଭ କରିଥିଲା ।

ଆଗକୁ ହରିଦ୍ବାର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଛି । ଏହାକୁ ନେଇ ଏବେ ଗାଁ ରାଜନୀତି ସରଗରମ୍ ରହିଛି । ଭୋଟ ହାତେଇବାକୁ ପାଇଁ ପ୍ରାର୍ଥୀମାନେ ଗାଁ ଗାଁ ବୁଲିବା ସହ ପ୍ରତିଶ୍ରୁତି ବର୍ଷା କରୁଛନ୍ତି । ନିର୍ବାଚନ ସମୟରେ ଅର୍ଥ, ମଦ ଦେଇ ପ୍ରାର୍ଥୀମାନେ ଭୋଟ କିଣିବା ପ୍ରୟାସ କରିବା ଏକ ସାଧାରଣ କଥା । ତେଣୁ ଭୋଟ ପାଇଁ କୌଣସି ପ୍ରାର୍ଥୀ ବାଣ୍ଟି ଥିବା ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କହିରଖୁଛୁ କି, ଉତ୍ତରାଖଣ୍ଡରେ ଥିବା ଅନ୍ୟ ୧୨ ଜିଲ୍ଲା ସହିତ ହରିଦ୍ବାର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ହୋଇନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.