ସିମଲା: ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବର୍ଷା ବିପତ୍ତି ଆଣିଛି । ପ୍ରକୃତି ତାଣ୍ଡବ କରିଛି । ଲଗାଣ ବର୍ଷାରେ ସ୍ଥିତି ଅଣାୟତ୍ତ ହୋଇଛି । ଧନ ଜୀବନ ନଷ୍ଟ ହୋଇଛି । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ଭୂସ୍ଖଳନ ହେବା ଫଳରେ ଏକ ଶିବ ମନ୍ଦିର ଭୁଶୁଡି ପଡିଛି । ଅନେକ ଶ୍ରଦ୍ଧାଳୁ ଦବି ରହିଥିବା ଖବର ସାମ୍ନାକୁ ଆସିଛି । ଖବର ଲେଖା ଯିବା ସୁଦ୍ଧା 9 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପାଖାପାଖି 30 ଶ୍ରଦ୍ଧାଳୁ ଫସି ରହିଥିବା ସୂଚନା ମିଳିଛି । ଶ୍ରାବଣ ସୋମବାର ଶିବ ମନ୍ଦିରରେ ଏପର ଅଘଟଣ ଘଟିବା ଫଳରେ ବିପଦ ସୃଷ୍ଟି ହୋଇଛି ।
-
Distressing news has emerged from Shimla, where the “Shiv Mandir” at Summer Hill collapsed as a result of the heavy rainfall.
— Sukhvinder Singh Sukhu (@SukhuSukhvinder) August 14, 2023 " class="align-text-top noRightClick twitterSection" data="
As of now, nine bodies have been retrieved. The local administration is diligently working to clear the debris in order to rescue individuals who may…
">Distressing news has emerged from Shimla, where the “Shiv Mandir” at Summer Hill collapsed as a result of the heavy rainfall.
— Sukhvinder Singh Sukhu (@SukhuSukhvinder) August 14, 2023
As of now, nine bodies have been retrieved. The local administration is diligently working to clear the debris in order to rescue individuals who may…Distressing news has emerged from Shimla, where the “Shiv Mandir” at Summer Hill collapsed as a result of the heavy rainfall.
— Sukhvinder Singh Sukhu (@SukhuSukhvinder) August 14, 2023
As of now, nine bodies have been retrieved. The local administration is diligently working to clear the debris in order to rescue individuals who may…
ଆଜି (ସୋମବାର) ସକାଳୁ ସିମଲାର ସମରହିଲ ଅଞ୍ଚଳରେ ଥିବା ଏକ ଶିବ ମନ୍ଦିରରେ ଭୂସ୍ଖଳନ ହୋଇଥିଲା । କେହି କିଛି ବୁଝିବା ଆଗକୁ ବଡ ଅଘଟଣ ଘଟିଥିଲା । ପାଖାପାଖି 30ଜଣ ଶ୍ରଦ୍ଧାଳୁ ଫସିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । 9 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଶ୍ରାବଣ ସୋମବାର ହୋଇଥିବାରୁ ଶିବ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିିଳିଥିଲା । ଏହି ସମୟରେ ଏହି ଅଘଟଣ ଘଟିଛି । ଶିବ ମନ୍ଦିରରେ ଭୂସ୍ଖଳନ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖ ବିନ୍ଦର ସିଂହ ।
ଏହା ବି ପଢନ୍ତୁ...ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ନେଲା 7 ଜୀବନ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଉଦ୍ଧାର କାର୍ଯ୍ୟ ଜାରି: ଭୂସ୍ଖଳନ ଖବର ମିଳିବା ମାତ୍ରେ ତୁରନ୍ତ ଉଦ୍ଧାର କାର୍ଯ୍ୟା ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଶିବ ମନ୍ଦିରରେ ଦବି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା 9 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । 15ଜଣ ଆହତ ଶ୍ରଦ୍ଧାଳୁଙ୍କର ଚିକିତ୍ସା ଆଇଜିଏମସି ଡାକ୍ତରଖାନାରେ ଭାର୍ତ୍ତି କରାଯାଇଛି ।
ହିମାଚଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଚିନ୍ତା ବଢାଇଛି । ଅଗଷ୍ଟ 12 ସୁଦ୍ଧା 255 ଜୀବନ ଯାଇଛି । ଚଳିତ ବର୍ଷ 6, 807 କୋଟି କ୍ଷତି ହୋଇଛି । ଭୂସ୍ଖଳନ ଘର ଓ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ଘଟଣାସ୍ଥଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ପାଇଁ ହିମାଚଳରେ ହାଇ ଆଲର୍ଟ ଜାରି ହୋଇଛି । ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା ହୋଇଛି ।
ପ୍ରକାଶ ଥାଉ କି, ହିମାଚଳରେ ଲଗାତାର ଭାବେ ତାଣ୍ଡବ କରୁଛି ପ୍ରକୃତି । ଗତ ମାସରେ (ଜୁଲାଇ)ରେ ପ୍ରବଳ ବର୍ଷାରେ ବେହାଲ ହୋଇଥିବା ହିମାଚଳ ପ୍ରଦେଶ । ଲଗାଣ ବର୍ଷା ଫଳରେ ହିମାଚଳ ପ୍ରଦେଶରେ ଜଳ ପ୍ରଳୟ ହୋଇଥିଲା । କେଉଁଠି ଗାଡି ଭାସି ଯାଇଥିବା ତ କେଉଁଠି ମାଟି ଧସି ରାସ୍ତା ଜାମ ହୋଇଥିଲା ତ ପୁଣି ଆଉ କେଉଁଠି ପ୍ରବଳ ବର୍ଷା ପରେ ଭୂସ୍ଖଳନ ଆଉ ମାଟି ମିଶା ପାଣିରେ ରାସ୍ତାଘାଟ ବୁଡିଯାଇଥିଲା । ଲଗାଣ ବର୍ଷା କାରଣକୁ ଜଳବନ୍ଦୀ ଜନଜୀବନ ବିତାଇବାକୁ ପଡିଥିଲା । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇ ପଡିଥିଲା । ଏହାର ଠିକ ମାସ ପରେ ପୁଣି ହିମାଚଳର ବାଦଲ ଫଟା ବର୍ଷାରେ 7 ଜଣଙ୍କର ଜୀବନ ଯାଇଛି ।