ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୂସ୍ଖଳନ । ପ୍ରବଳ ବର୍ଷା ପରେ ଧସିଲା ପାହାଡ। ମାଟି ଅତଡା ତଳେ ଫସି 4ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ରାମବାନ ଜିଲ୍ଲାର ବାନିହଲ ସହର ନିକଟ ଜମ୍ମୁ ଶ୍ରୀନଗର ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ଏହା ମଧ୍ୟ ପଢନ୍ତୁ-କେଦାରନାଥ ଯାତ୍ରା ସମୟରେ ଧସିଲା ପାହାଡ, 5 ତୀର୍ଥଯାତ୍ରୀ ମୃତ
ଜାତୀୟ ରାଜପଥରେ ଏକ ଟ୍ରକ ଯାଉଥିବା ବେଳେ ପାହାଡ଼ ଧସିଥିଲା । ଫଳରେ ପାହାଡ଼ରୁ ଖସିଥିବା ମାଟି ଅତଡା ତଳେ ପୋତି ହୋଇଯାଇଥିଲା ଟ୍ରକ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନେଇ ରାମବାନ ଡେପୁଟି କମିଶନର କହିଛନ୍ତି ଯେ, NH 44ରେ ଏକ ଟ୍ରକ ଯାଉଥିବା ବେଳେ ପାହାଡ଼ ଧସିବାରୁ ତାହା ଅଳିଆ ଆବର୍ଜାନ ତଳେ ଚାପି ହୋଇଯାଇଥିଲା । ଗାଡିରେ ଥିବା 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଛି । ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏହି ଘଟଣାରେ ଅନ୍ୟ କେହି ଆହତ ଅଛନ୍ତି ନା ନାହିଁ ସ୍ପଷ୍ଟ କରାଯାଇନାହିଁ ।
ଏହା ମଧ୍ୟ ପଢନ୍ତୁ-Maharashtra: ଭୂସ୍ଖଳନରେ 16 ମୃତ, ଫସି ରହିଛନ୍ତି ଶତାଧିକ
ଗତ ଅଗଷ୍ଟ ମାସରେ ଉତ୍ତରଖଣ୍ଡରେ ପ୍ରବଳ ବର୍ଷା ପରେ ପାହାଡ଼ ଧସିବାରୁ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ରୁଦ୍ରପ୍ରୟାଗ ଜିଲ୍ଲାର ଚୌକିଫାଟ ଅନ୍ତର୍ଗତ ତାରସାଲୀରେ ଭୂସ୍ଖଳନ ହୋଇଥିଲା । ଆବର୍ଜନା ତଳେ ପୋତି ହୋଇ କେଦାରନାଥ ଯାଉଥିବା 5 ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଭୂସ୍ଖଳନ ଯୋଗୁଁ କେଦାରନାଥ ଧାମକୁ ଯାଇଥିବା ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜପଥ ଅବରୋଧ ହୋଇଥିଲା । ପ୍ରାୟ 60 ମିଟର ରାସ୍ତା ପର୍ଯ୍ୟନ୍ତ ପଥର ଖଣ୍ଡ ପଡ଼ିରହିଥିଲା । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଗଲାଣି ୬୬ରୁ ଅଧିକ ଜୀବନ
ଜୁଲାଇ ମାସରେ ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାର ଖାଲପୁର ତହସିଲ ଅନ୍ତର୍ଗତ ଏକ ଗ୍ରାମରେ ଭୂସ୍ଖଳନ ହୋଇଥିଲା । ଏଥିରେ 16 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ । ଶତାଧିକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲଗାଣ ବର୍ଷା ପରେ ଭୂସ୍ଖଳନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପ୍ରଭାବିତ ପରିବାରଙ୍କୁ ଭେଟିଥିଲେ । ମୃତକଙ୍କ ପରିବାରକୁ 5 ଲକ୍ଷର ଅନୁକମ୍ପା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।