ETV Bharat / bharat

ମହାରାଷ୍ଟ୍ରରେ ଅଟୋକୁ ଧକ୍କା ଦେଲା ଟ୍ରକ: 5 ମୃତ, 7 ଆହତ

author img

By

Published : Mar 30, 2023, 4:54 PM IST

ମହାରାଷ୍ଟ୍ର ନାନ୍ଦେଦରେ ଅଟୋକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ 5 ଯାତ୍ରୀଙ୍କ ମୃତ୍ୟୁ । ଏକାଧିକ ଗୁରୁତରଙ୍କ ସମେତ ଅନ୍ୟ 7 ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଅଟୋକୁ ଧକ୍କା ଦେଲା ଟ୍ରକ: 5 ମୃତ, 7 ଆହତ
ଅଟୋକୁ ଧକ୍କା ଦେଲା ଟ୍ରକ: 5 ମୃତ, 7 ଆହତ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଦରେ ଏକ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ 5 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 7ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଯାତ୍ରୀ ଗୁରୁତର ମଧ୍ୟ ରହିଛନ୍ତି । ଆଜି(ଗୁରୁବାର) ପୂର୍ବାହ୍ନ ପ୍ରାୟ 10ଟା ସମୟରେ ମୁଦଖେଡ ତାଲୁକାର ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ମୃତାହତ ଅଟୋରେ ଯାତ୍ରା କରୁଥିବା ସୂଚନା ମିଳିଛି ।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଟ୍ରକଟି ନାନ୍ଦେଦ ପାର୍ଶ୍ବରୁ ଆସୁଥିବା ବେଳେ ଯାତ୍ରୀ ଭର୍ତ୍ତି ଅଟୋଟି ବିପରୀତ ଦିଗରୁ ଆସୁଥିଲା । ଦୃତଗତିରେ ଥିବା ଉଭୟ ଗାଡି ମଧ୍ୟରେ ମୁଦଖେଡର ଇସାର ପେଟ୍ରୋଲ ପମ୍ପ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅଟୋଟି ଚୂରମାର ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ । ହେଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟ ସମସ୍ତ ଆହତଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ସେମାନଙ୍କୁ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛି ।

ମାର୍ଚ୍ଚ 27 ତାରିଖରେ ମଧ୍ୟ ମହାରାଷ୍ଟ୍ର ପୁଣେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ଶିଶୁଙ୍କ ସମେତ ମୋଟ 5 ଜଣ ପ୍ରାଣ ହରାଇଥିଲେ । ଦୃତଗତିରେ ଥିବା ଏକ ପିକ୍‌ଅପ୍‌ ଜିପ୍‌ ଭାରସାମ୍ୟ ହରାଇ ଦୁଇଟି ମୋଟର ସାଇକେଲ ଉପରେ ମାଡିଯିବା ଫଳରେ ମୋଟ 5 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 8 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ହିଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ରାସ୍ତାରେ ଅନ୍ୟ 3ଜଣ ଆଖି ବୁଜିଥିଲେ । ଆଜି ପୁଣି ନାନ୍ଦେଦରେ ଏହି ମର୍ମନ୍ତୁଦ ଦୁର୍ଘଟଣା 5 ଜଣଙ୍କ ପ୍ରାଣ ନେଇଛି । ଦୃଗଗତି ଓ ଦାୟିତ୍ବହୀନ ଗାଡି ଚାଳନା ଯୋଗୁଁ ବାରମ୍ବାର ଏପରି ରାସ୍ତା ଦୁର୍ଘଟଣାରେ ଯାତ୍ରୀଙ୍କ ପ୍ରାଣହାନୀ ଘଟୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.