ETV Bharat / bharat

ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିଲା ବସ: 13 ମୃତ, 15 ସୁରକ୍ଷିତ ଉଦ୍ଧାର

author img

By

Published : Jul 18, 2022, 11:42 AM IST

Updated : Jul 18, 2022, 7:33 PM IST

ମଧ୍ୟପ୍ରଦେଶର ଧର ଜିଲ୍ଲାର ଖାଲଘାଟରେ ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ । ବର୍ତ୍ତମାନ ସୁଦ୍ଧା 13 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 15 ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ, ୮ ମୃତ
ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ, ୮ ମୃତ

ଭୋପାଳ: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଧର ଜିଲ୍ଲାର ଖାଲଘାଟରେ ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିଲା ବସ । ବର୍ତ୍ତମାନ ସୁଦ୍ଧା 13 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 15 ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଖାଲଘାଟରେ ଭାରସାମ୍ୟ ହରାଇ ପୋଲରୁ ନର୍ମଦା ନଦୀକୁ ଖସିପଡିଥିଲା ।

ଭାରସାମ୍ୟ ହରାଇ ନର୍ମଦା ନଦୀକୁ ଖସିଲା ବସ

ବସ୍‌ଟି ଇନ୍ଦୋରରୁ ୪୦ଜଣ ଯାତ୍ରୀଙ୍କୁ ନେଇ ପୁଣେ ଅଭିମୁଖେ ଯାଉଥିଲା । ବସରେ ରହିଥିବା ଅନେକ ଯାତ୍ରୀ ଇନ୍ଦୋର ଏବଂ ପୁଣେର ହୋଇଥିବା ନେଇ ସୂଚନା ରହିଛି । ତେବେ ବସରେ ୪୦ ଜଣ ଯାତ୍ରୀ ରହିଥିବାରୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

  • The bus tragedy in Dhar, Madhya Pradesh is saddening. My thoughts are with those who have lost their loved ones. Rescue work is underway and local authorities are providing all possible assistance to those affected: PM @narendramodi

    — PMO India (@PMOIndia) July 18, 2022 " class="align-text-top noRightClick twitterSection" data=" ">

ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବେ ଦୁଃଖିତ ବୋଲି ଟ୍ବିଟ କରିଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି ଯେ, " ମଧ୍ୟ ପ୍ରଦେଶର ଦୁର୍ଘଟଣା ଦୁଃଖଦ । ଦୁର୍ଘଟଣାରେ ପୀଡିତ ଯାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ହୋଇଥିବା ଯାତ୍ରୀଙ୍କ ନିକଟରେ ଆବଶ୍ୟକୀୟ ସୁବିଧା ପ୍ରଦାନ କରାଯାଉଛି ।"

Last Updated : Jul 18, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.