ETV Bharat / bharat

Bahraich Road Mishap: ଅଯୋଧ୍ୟା ଯାତ୍ରା ହେଲା ଶେଷ ଯାତ୍ରା, ୭ ମୃତ ୧୦ ଆହତ - ଉତ୍ତର ପ୍ରଦେଶରେ ସଡକ ଦୁର୍ଘଟଣା

ଉତ୍ତର ପ୍ରଦେଶ ବହରାଇଚ(Bahraich) ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

UP Road Accident:ଆଯୋଧ୍ୟା ଯାତ୍ରା ହେଲା ଶେଷ ଯାତ୍ରା, ୭ମୃତ ୧୦ ଆହତ

author img

By

Published : May 29, 2022, 11:27 AM IST

Updated : May 29, 2022, 12:13 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବହରାଇଚ(Bahraich) ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ସକାଳ ସମୟରେ ଏକ କିଛି ଶ୍ରଦ୍ଧାଳୁ କର୍ଣ୍ଣାଟକରୁ ଅଯୋଧ୍ୟାକୁ ପୂଜା କରିବା ପାଇଁ ଯାଉଥିଲେ । ମୋତିପୁର ଅଞ୍ଚଳରେ ଲଖିମପୁର-ବହରାଇଚ ଜାତୀୟ ରାଜପଥ( Lakhimpur-Bahraich state road in Motipur area)ରେ ଯାଉଥିବା ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା କାର । ଫଳରେ ଘଟଣାସ୍ଥଳରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ହେଲେ ମେଡିକାଲ ନେବା ବାଟରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । କାରଟି ଦ୍ରୁତ ଗତିରେ ଆସୁଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ଅନ୍ୟ ଜଣେ ଅଟୋ ଡ୍ରାଇଭର ଥିବା ସୂଚନା ମିଳିଛି ।

Last Updated : May 29, 2022, 12:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.