ETV Bharat / bharat

ଆନ୍ଧ୍ରର କାଡପାରେ ମୁହାଁମୁହିଁ ଧକ୍କା ହେଲା ବସ-ଟ୍ରକ, ଚାଲିଗଲା 6 ଜୀବନ

author img

By

Published : Jul 23, 2023, 7:09 AM IST

ଆନ୍ଧ୍ରପ୍ରଦେଶର କାଡପା ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 6 ମୃତ (Andhra Pradesh Accident)। ଅଧିକ ପଢନ୍ତୁ

Andhra Pradesh Accident
Andhra Pradesh Accident

ଅମରାବତୀ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆରଟିସି ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 6 ଜଣଙ୍କର ମୃତ୍ୟୁ ଓ 20 ଜଣ ଆହତ ହୋଇଥିବା ସୂଚନା । କାଡପା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ବସଟି ଯାତ୍ରୀଙ୍କୁ ନେଇ ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କାରକୁ ଧକ୍କା ଦେଲା ଟ୍ରକ, 6 ମୃତ

ଏନେଇ ପୋଲିସ କହିଛି ଯେ, ଆରଟିସି ବସଟି ତିରୁପତିରୁ ଚେନ୍ନାଇ ଯାଉଥିଲା । କାଡପା ଜିଲ୍ଲାରେ ହୋଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 4ଜଣ ବସ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ହସ୍ପିଟାଲ ନେବା ବାଟରେ 2ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । 20ରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-Ahmedabad Accident: ଏମିତି ବି ଆସେ ମୃତ୍ୟୁ, ଦୁର୍ଘଟଣା ଦେଖୁଥିଲେ ପିଟିଲା କାର, 9 ମୃତ

ତେବେ ବସରେ କେତେ ଜଣ ଯାତ୍ରୀ ଯାତ୍ରା କରୁଥିଲେ ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଏହାପରେ ତୁରନ୍ତ ଆହତଙ୍କୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲା । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ଲିଭିଲା 6 ଜୀବନ ଦୀପ

ଗତ ଜୁଲାଇ 17 ତାରିଖରେ ମଧ୍ୟପ୍ରଦେଶ ସାଗର ଜିଲ୍ଲା ସାନୋଧା ଥାନା ଅଞ୍ଚଳରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଏକ କାରକୁ ଟ୍ରକ ଧକ୍କା ଦେବା ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିଲେ । ଦ୍ରୁତ ଗତିରେ ଆସୁଥିବା ଟ୍ରକଟି କାରଟିକୁ ଧକ୍କା ଦେଇଥିଲା । କାରରେ 7 ଜଣ ଲୋକ ଥିଲେ । ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଆଉ 2 ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ ଡାକ୍ତର । ସେହିପରି ଜୁଲାଇ 20ରେ ଗୁଜୁରାଟ ଅହମ୍ମଦାବାଦରେ ସଡକ ଦୁର୍ଘଟଣା ହୋଇଥିଲା । ରାସ୍ତାରେ ଛିଡା ହୋଇ ଦୁର୍ଘଟଣା ଦେଖୁଥିବା ବେଳେ ଲୋକଙ୍କ ଉପରେ ମାଡିଯାଇଥିଲା କାର୍ । ଫଳରେ ଆଖି ପିଛୁଳାକେ ୯ ଜଣଙ୍କର ଜୀବନ ଦୀପ ଲିଭିଯାଇଥିଲା । ଅହମ୍ମଦାବାଦ-ସର୍ଖେଜ-ଗାନ୍ଧୀନଗର ହାଇୱେର ଇସ୍କନ ମନ୍ଦିରରେ ପାଖରେ ଏହି ଦୁର୍ଘଟଣା ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.