ETV Bharat / bharat

କେନାଲକୁ ଖସିଲା ବରଯାତ୍ରୀ ବସ୍: ୭ ଜଣଙ୍କ ପ୍ରାଣହାନି, ଏକାଧିକ ଗୁରୁତର

author img

By

Published : Jul 11, 2023, 9:14 AM IST

Updated : Jul 11, 2023, 10:04 AM IST

ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କେନାଲକୁ ଖସିଲା ବସ୍ । ଦୁର୍ଘଟଣାରେ ୭ ମୃତ ଓ ୧୫ରୁ ଅଧିକ ଗୁରୁତର । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶରେ ବସ୍ ଦୁର୍ଘଟଣା
ଆନ୍ଧ୍ରପ୍ରଦେଶରେ ବସ୍ ଦୁର୍ଘଟଣା

ଅମରାବତୀ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏକ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ଭାରସାମ୍ୟ ହରାଇ କେନାଲକୁ ଖସି ପଡିବାରୁ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ପ୍ରକାଶମ ଜିଲ୍ଲା ଦାର୍ଶି ଅଞ୍ଚଳରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଛୁଆ ରହିଛି । ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବସ୍‌ରେ ୩୫ରୁ ୪୦ ଜଣ ଯାତ୍ରୀ ଥିଲେ । ସମସ୍ତେ ଗତକାଲି ବିଳମ୍ବିତ ରାତିରେ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ହସଖୁସିରେ ଆରଟିସି ବସ୍ ଯୋଗେ ପ୍ରକାଶମ ଜିଲ୍ଲା ପୋଡିଲି ଅଞ୍ଚଳରୁ ପୂର୍ବ ଗୋଦାବରୀ ଜିଲ୍ଲା କାକିନାଡାକୁ ଯାଉଥିଲେ । ହେଲେ କିଏ ବା ଜାଣିଥିବା ବାଟରେ ଯମ ଛକି ବସିଛି ବୋଲି । ବସ୍ ଦ୍ରୁତଗତିରେ ଆଗକୁ ବଢୁଥିବା ବେଳେ ହଠାତ୍ ଦାର୍ଶି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ ଏବଂ ଗାଡିଟି ସେଠାରେ ଥିବା ସାଗର କେନାଲ ମଧ୍ୟକୁ ଖସି ପଡିଥିଲା । ଏ ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଘଟଣାସ୍ଥଳରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଏହାମଧ୍ୟ ପଢନ୍ତୁ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ

ଯଦିଓ ଦୁର୍ଘଟଣାର କାରଣ ଜଣାପଡିନି, ତଥାପି ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିବା ସନ୍ଦେହ କରାଯାଉଛି । ଏଥିରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ଅବଦୁଲ ଅଜିଜ, ଅବଦୁଲ ହାନି, ଶେଖ୍ ରମିଜ, ମୁଲ୍ଲା ନୂରଜାହାନ, ମୁଲ୍ଲା ଜାନି ବେଗମ, ଶେଖ୍ ଶବୀନା ଏବଂ ୬ ବର୍ଷୀୟା ଶେଖ୍ ହେନା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ପରିବାର ଏବଂ ଆତ୍ମୀୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାରେ ଏଭଳି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏକ କାର୍ ଓ ଲୋରି ମଧ୍ୟରେ ଧକ୍କା ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ଆହତ ହୋଇଥିଲେ । ସମସ୍ତ ମୃତକ କାର୍ ଯାତ୍ରୀ ଥିଲେ ।

Last Updated : Jul 11, 2023, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.