ନୂଆଦିଲ୍ଲୀ: ଦିଲ୍ଲୀର ଏକ ସରକାରୀ ମୋହଲ୍ଲା କ୍ଲିନିକରେ କଫ ସିରଫ ସେବନ ପରେ ୩ ଚିକିତ୍ସାଧୀନ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ଏକ ମୋହଲ୍ଲା ହସ୍ପିଟାଲରେ ୧୬ ଶିଶୁ ଚିକିତ୍ସାଧୀନ ଥିଲେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର କଲଓ୍ବାତୀ ଶିଶୁ ହସ୍ପିଟାଲରେ ମୋଟ ୧୬ ଶିଶୁ ଚିକିତ୍ସାଧୀନ ଥିବାବେଳେ କଫ ସିରଫ ନେବା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ୩ ଶିଶୁଙ୍କୁ ଡେକ୍ସଟ୍ରୋଥ୍ରୋପାନ ଡ୍ରଗ୍ସ ଦେବା ପାଇଁ ପ୍ରସକ୍ରାଇବ କରିଥିଲେ ମୋହଲ୍ଲା କ୍ଲିନିକର ଡାକ୍ତର ।
ଏହି ଔଷଧ ସମ୍ପୂର୍ଣ୍ଣ ଭାବେ ଏହି ନିର୍ଦ୍ଦିଷ୍ଟ ବୟଷର ଶ୍ରେଣୀଭୂକ୍ତ ଶିଶୁମାନଙ୍କୁ (pediatric age children) ନଦେବା ପାଇଁ କଡା ନିର୍ଦ୍ଦେଶାବଳୀ ମଧ୍ୟ ରହିଛି । ଏହି କଫ ସିରଫ ଓମେଗା ଫାର୍ମାସିଲିକାଲ ନାମକ ଏକ ଡ୍ରଗ୍ସ ନିର୍ମାଣକାରୀ ସଂସ୍ଥା ପ୍ରସ୍ତୁତ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ତେବେ ଘଟଣା ଘଟିବା ପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସମସ୍ତ ମୋହଲ୍ଲା ହସ୍ପିଟାଲରେ ଏହି Dextromethorphan ଔଷଧକୁ ୪ ବର୍ଷରୁ କମ ବୟଷର ଶିଶୁଙ୍କୁ ନଦେବା ଲାଗି ନିର୍ଦ୍ଦେଶନାମା ଜାରି କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ତେବେ ଏପରି ଅଭାବନୀୟ ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତଦନ୍ତ ଜାରି ରହିଛି ।
@IANS