ଚେନ୍ନାଇ: ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତାରେ ମଦୁରାଇର ଅଭନିୟାପୁରମ ଠାରେ ଅଘଟଣ ହୋଇଛି । ଜାଲିକାଟୁ ପର୍ବ ପାଳନ ବେଳେ 60 ଜଣ ଆହତ ହୋଇଛନ୍ତି । ଜାଲିକାଟୁରେ ଷଣ୍ଢ ସହିତ ଖେଳ ବେଳେ ଆହତ ହୋଇଥିବା ସୂଚନା ମିଳିଛି । ପାଖାପାଖି 60 ଜଣଙ୍କୁ କଚାଡି ଦେଇଛି ଷଣ୍ଢ । 20 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୋପାଳକମାନେ ଅମାରରୁ ବାହାରି ଆସିଥିବା ଷଣ୍ଢକୁ ଅଟକାଇବା ସମୟରେ ଷଣ୍ଢ ସେମାନଙ୍କୁ କଚାଡି ଆହତ କରିଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।
ମଦୁରାଇ ଜିଲ୍ଲାପାଳ ଅନିଶ ଶେଖରଙ୍କ ସୂଚନା ଅନୁସାରେ 60ଜଣ ଆହତ ହୋଇଛନ୍ତି । 20 ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରାଜାଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ 40 ଜଣଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ଅପରାହ୍ନ 4ଟା ଯାଏ ଜାଲିକାଟୁ ପ୍ରତିଯୋଗିତା ଚାଲିଥିଲା ।
ଏହା ବି ପଢନ୍ତୁ....ବିବାହ କଲେ କୁକୁର: ବରଯାତ୍ରୀ ନେଇ ଆସିଲା ଟମି, ଧୁମଧାମରେ ସମ୍ପନ୍ନ ହେଲା ବାହାଘର
ସେପଟେ ପୋଙ୍ଗଲ ଅବସରରେ ମଦୁରାଇର ପାଲାମେଦୁରେ ଜାଲିକାଟୁ ପ୍ରତିଯୋଗିତା ଉଦଘାଟନ ହୋଇଛି । 1000ରୁ ଅଧିକ ଷଣ୍ଢଙ୍କ ସହ ଏଥିରେ 335 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଖେଳାଳିମାନେ ଶପଥ ନେବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରତି ରାଉଣ୍ଡରେ 25 ଖେଳାଳି ରହିଛନ୍ତି । 45 ମିନିଟ ଯାଏ ଖେଳିବେ ପ୍ରତି ଖେଳାଳି । ପାଲାମେଦୁ ମନ୍ଦିର ଗେଟରୁ ଷଣ୍ଢଙ୍କୁ ଛଡାଯିବ । ଏହା ପରେ ଷଣ୍ଢ ପ୍ରତିଯୋଗିତାର ଭାଗ ନେବେ ।
ଏହା ବି ପଢନ୍ତୁ....ଜବତ କମ୍ପ୍ୟୁଟରର ସିପିୟୁରେ ମିଥ୍ୟା ତଥ୍ୟ ଭର୍ତ୍ତି କରି ଫସାଇବାକୁ ଚାହୁଁଛି ସିବିଆଇ: ସିସୋଦିଆ
ପ୍ରଥମ ପ୍ରତିଯୋଗୀଙ୍କୁ ଏକା କାର ପୁରସ୍କାର ଦିଆଯିବ । ଶ୍ରେଷ୍ଠ ଷଣ୍ଢ ମାଲିକଙ୍କୁ ଏକ ବାଇକ ପୁରସ୍କାର ଆକାରରେ ଦିଆଯିବ । କୌଣସି ଅଘଟଣ ଯେପରି ନହୁଏ ସେ ନେଇ 160 ଜଣିଆ ମେଡିକାଲ ଟିମ ପ୍ରସ୍ତୁତ ରହିଛନ୍ତି । 6 ଜଣ ମୋବାଇଲ ମେଡିକାଲ ଟିମ, 15 ଆମ୍ବୁଲାନ୍ସ, 60ଜଣ ଭେଟେନାରୀ ଟିମ ଓ ପଶୁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ପ୍ରକାଶ ଥାଉକି ଚଳିଚ ବର୍ଷ ପ୍ରଥମ ଥର ପାଇଁ ଚେନ୍ନାଇରେ ଜାଲିକାଟୁ ପ୍ରତିଯୋଗିତା ହେବ । ମାର୍ଚ୍ଚ 5 ତାରିଖ ଅର୍ଥାତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଜନ୍ମଦିନରେ ଏହି ପ୍ରତିଯୋଗିତା ହେବ ।