ନୂଆଦିଲ୍ଲୀ: ପୁଣି ରାଜଧାନୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ହଙ୍ଗାମା । ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ(AISA) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ରବିବାର ରାତ୍ରି ସମୟରେ ଏହି ସଂଘର୍ଷ ଘଟିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।
ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ AIIMSରେ ଚିକିତ୍ସିତ ହେଉଛନ୍ତି । ଏହି ସଂଘର୍ଷ ପ୍ରାୟ ରାତି ୯ଟା ୪୫ ମିନିଟରେ ଆରମ୍ଭ ହୋଇଥିଲା । ବିଶ୍ବବିଦ୍ୟାଳୟରେ ସ୍ଲୋଗାନ ଦିଆଯାଇ ସଂଘର୍ଷ ଆରମ୍ଭ ହୋଇଥିବା ପୋଲିସ ଦକ୍ଷିଣପଶ୍ଚିମାଞ୍ଚଳ ଡେପୁଟି କମିଶନର(DCP) ଗୌରବ ଶର୍ମା ସୂଚନା ପାଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କୌଣସି ସଂଘର୍ଷ ଦେଖିନଥିବା କହିଛି ।
ତଦନ୍ତ ପରେ ଜଣାପଡିଛି ଯେ ଏହି ସଂଘର୍ଷ ୨ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କକୁ ନେଇ ସୃଷ୍ଟି ହୋଇଥିଲା । ତେବେ ଷ୍ଟୁଡେଣ୍ଟ ୟୁନିଅନ ହଲରେ ସେମିନାର କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଏହି ସଂଘର୍ଷ ସୃଷ୍ଟି ହୋଇଥିଲା । ତେବେ ABVP ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ AISA ସହିତ ଜଡିତ ଜଣେ ଛାତ୍ର ମଧ୍ୟ ଅଭିଯୋଗ କରିଛନ୍ତି । ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ବୈଠକରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ଝଗଡ଼ା ପ୍ରଥମ ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି । ଏମାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ