ଚଣ୍ଡିଗଡ଼: ହରିୟାଣାରେ ରାବଣପୋଡ଼ି ବେଳେ ଘଟିଲା ଅଘଟଣ । ରାବଣ ଦହନ ବେଳେ ଜଳୁଥିବା ରାବଣ ପ୍ରତିକୃତି ପାଖରେ ଥିବା ଲୋକଙ୍କ ଉପରେ ପଡ଼ିଛି । ଫଳରେ ରାବଣପୋଡ଼ି ବେଳେ ଆତଙ୍କ ସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାରେ କେତେଜଣ ଆହତ ହୋଇଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
-
#WATCH | Haryana: A major accident was averted during Ravan Dahan in Yamunanagar where the effigy of Ravana fell on the people gathered. Some people were injured. Further details awaited pic.twitter.com/ISk8k1YWkH
— ANI (@ANI) October 5, 2022 " class="align-text-top noRightClick twitterSection" data="
">#WATCH | Haryana: A major accident was averted during Ravan Dahan in Yamunanagar where the effigy of Ravana fell on the people gathered. Some people were injured. Further details awaited pic.twitter.com/ISk8k1YWkH
— ANI (@ANI) October 5, 2022#WATCH | Haryana: A major accident was averted during Ravan Dahan in Yamunanagar where the effigy of Ravana fell on the people gathered. Some people were injured. Further details awaited pic.twitter.com/ISk8k1YWkH
— ANI (@ANI) October 5, 2022
ଏହାପରେ ରାବଣ ପ୍ରତିକୃତିକୁ ଅତି କଷ୍ଟରେ ଜେସିବି ସାହାଯ୍ୟରେ ଉଠାଇ ରାବଣପୋଡ଼ି ସମ୍ପନ୍ନ ହୋଇଛି । ପ୍ରାୟ ୭୦ ଫୁଟର ରାବଣପୋଡ଼ି ବେଳେ ଉପସ୍ଥିତ ଲୋକେ ପ୍ରତିକୃତିରେ ଲାଗିଥିବା ବାଡ଼ି କାଢ଼ିବାକୁ ଲାଗିଥିଲେ । ଏହାପରେ ଅଚାନକ ଅଧାରୁ ରାବଣ ପ୍ରତିକୃତି ଭାଙ୍ଗି ଯାଇଥିଲା । ଲୋକଙ୍କ ଉପରେ ରାବଣ ପ୍ରତିକୃତି ପଡ଼଼ିବା ପରେ ସେଠାରେ ଧାଁ ଧପଡ଼ ଆରମ୍ଭ ହୋଇଯାଇଥିଲା । ପ୍ରତିକୃତି ତଳେ ପ୍ରାୟ ୭ ଜଣ ଦବି ଯାଇଥିଲେ ବୋଲି କୁହାଯାଉଛି । ବିଧିବଦ୍ଧ ଭାବରେ ଏହାକୁ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।
କିଛି ଲୋକଙ୍କ ଉପରେ ରାବଣ ପ୍ରତିକୃତି ତଳେ ପଡ଼ିବାରୁ ବର୍ତ୍ତି ଯାଇଥିଲେ । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ମଧ୍ୟ ପଡ଼ୁଥିବା ରାବଣ ପ୍ରତିକୃତି ପାଖରେ କିଛି ଲୋକ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ସେଠାରୁ ହଟଇବାରେ ସକ୍ଷମ ହୋଇଛି । ଏଠାରେ ରାବଣ ସହ ତାଙ୍କ ଭାଇ କୁମ୍ଭକନ୍ନ ଓ ପୁତ୍ର ମେଘନାଦ ପ୍ରତିକୃତିକୁ ମଧ୍ୟ ପୋଡ଼ାଯାଇଛି ।
ସେହିଭଳି ହରିୟାଣାର ଫତେହବାଦ ଜିଲ୍ଲାରେ ରାବଣ ପୋଡ଼ି ପାଇଁ ରାବଣ ପ୍ରତିକୃତିକୁ ଉଠାଇବା ବେଳେ ଅଚାନକ ଏହା ଅଧାରୁ ଭାଙ୍ଗିଯାଇଥିଲା । ତେବେ କୌଣସି ମତେ ଜେସିବି ସାହାଯ୍ୟରେ ଏହାକୁ ଉଠାଯାଇ ରାବଣପୋଡ଼ି କରାଯାଇଥିଲା ।