ETV Bharat / bharat

Covid crisis: ୮୭ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ - ୮୭ ଡାକ୍ତର କୋରୋନା ପଜିଟିଭ

ପୁଣି ମାଡିଲା କୋରୋନା । ବିହାରର ଏକ ହସ୍ପିଟାଲରେ ୮୭ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ( ୮୭ doctors have tested corona positive)। ଅଧିକ ପଢନ୍ତୁ

Covid crisis: ୮୭ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ

author img

By

Published : Jan 3, 2022, 11:17 AM IST

ପାଟନା: ପୁଣି ମାଡିଲା କୋରୋନା । ବିହାରର ଏକ ହସ୍ପିଟାଲରେ ୮୭ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ( ୮୭ doctors have tested corona positive)। ସମସ୍ତ ଡାକ୍ତର ପାଟନାର ନାଲନ୍ଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ(Nalanda Medical College and Hospital)ରେ କାର୍ଯ୍ୟରତ ଥିଲେ । କୋରୋନା ପଜିଟିଭ ଚିହ୍ନଟ ହେବାପରେ ସମସ୍ତ ଆକ୍ରାନ୍ତ ଡାକ୍ତରଙ୍କୁ ଆଇସୋଲେସନରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ନିକଟରେ କୋରୋନାର ସାମାନ୍ୟ ଲକ୍ଷଣ ଥିବା ପାଟନା ଡିଏମ ଚନ୍ଦ୍ରଶେଖର ସିଂ କହିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଡିସେମ୍ବର ୨୭ ଓ ୨୮ ତାରିଖରେ ପାଟନାରେ ଆୟୋଜିତ 96 ତମ ଜାତୀୟ ବାର୍ଷିକ ସମ୍ମିଳନୀ ( IMA function)ରେ ଯୋଗ ଦେବା ପରେ ୮୭ ଜଣ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ଯୋଗ ଦେଇଥିଲେ । ଶନିବାର ଦିନ AIIMSର ୨ ଜଣ ଡାକ୍ତର ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ତେବେ ଚଳିତ ବର୍ଷ କୋରୋନାର ଦ୍ୱିତୀୟ ଲହରରେ ବିହାରରେ ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟା ସର୍ବାଧିକ ଥିବା ଆଇଏମଏ ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.