ETV Bharat / bharat

Tamil Nadu Bus Accident: ଦୁଇ ବସ ମୁହାଁମୁହିଁ ଧକ୍କାରେ 6 ମୃତ, 40ରୁ ଅଧିକ ଆହତ - ବସ ଦୁର୍ଘଟଣାରେ ଏକାଧିକ ମୃତ

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ମୃତ, 40 ରୁ ଅଧିକ ଆହତ । ଗତକାଲି ରାତିରେ ଦୁଇ ବସ ମଧ୍ୟରେ ହୋଇଥିଲା ମୁହାଁମୁହିଁ ଧକ୍କା । ଅଧିକ ପଢନ୍ତୁ

Vaniyambadi bus accident: 6 ମୃତ, 40 ରୁ ଅଧିକ ଆହତ

author img

By ETV Bharat Odisha Team

Published : Nov 11, 2023, 6:08 PM IST

ଚେନ୍ନାଇ: ତାମିଲନାଡୁର ବାନିୟାମବାଡି ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣଙ୍କ ମୃତ୍ୟୁ ଘଟିଛି । 40ରୁ ଅଧିକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥର ବାନିୟାମବାଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ପରସ୍ପର ବିପରୀତ ଦିଗରୁ ଆସୁଥିବା ଏକ ସରକାରୀ ଓ ବେସରକାରୀ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନା ଅନୁସାରେ, ଏକ ସରକାରୀ ବସ୍‌ ବେଙ୍ଗାଲୁରୁରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥର ବାନିୟାମବାଡି ନିକଟବର୍ତ୍ତୀ ଚେତିୟାପ୍ପନୁର ଇଣ୍ଟରସେକସନ ନିକଟରେ ଏହି ବସଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ (ଚେନ୍ନାଇ ପଟୁ) ଆସୁଥିବା ଏକ ଘରୋଇ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଦୁଇଟି ବସ କ୍ଷତିଗ୍ରସ୍ତ ହୋଇଥିଲା । ଦୁଇଟି ବସର କ୍ୟାବିନ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଜଣେ ଗୁରୁତରଙ୍କୁ ମିଶାଇ ମୃତ୍ୟୁସଂଖ୍ୟା 6 ରେ ପହଞ୍ଚିଛି ।

ଏବେ ମଧ୍ୟ ପ୍ରାୟ 40ରୁ ଅଧିକ ଯାତ୍ରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶାଙ୍କା ମଧ୍ୟ ଅନେକାଂଶରେ ରହିଛି । 5 ସଙ୍କଟାପନ୍ନଙ୍କୁ ଅଧିକ ଚିକିତ୍ସା ପାଇଁ ଭେଲୋର ସ୍ଥାନାନ୍ତର କରାଯାଇଛି । ସେମାନଙ୍କର ପରିଚୟ କିମ୍ବା ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସୂଚନା ମିଳିନି ।

ଏହା ମଧ୍ୟ ପଢନ୍ତୁ :-Abundance in Millets song: ଗ୍ରେମୀ ଆଓ୍ବାର୍ଡ ପାଇଁ ମନୋନୀତ ହେଲା ପ୍ରଧାନମନ୍ତ୍ରୀଙ୍କ ଲିଖିତ ମିଲେଟ ସଙ୍ଗୀତ

ସ୍ଥାନୀୟ ଜିଲ୍ଲାଧିକାରୀ,ଏସପି ଓ ଏକାଧିକ ସ୍ଥାନୀୟ ଜନପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହସ୍ପିଟାଲରେ ମଧ୍ୟ ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ମୃତଦେହ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ପ୍ରକ୍ରିୟା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଥିଲା । ପରେ ସ୍ବାଭାବିକ ହୋଇଛି ।ଦୁର୍ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିସାରିଛି ସ୍ଥାନୀୟ ପ୍ରଶାସନ । ପ୍ରାଥମିକ ଭାବେ ସରକାରୀ ବସଟି ଭାରସାମ୍ୟ ହରାଇଥିବା ଯୋଗୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ରିପୋର୍ଟ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବା ନେଇ ପ୍ରଶାସନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.