ETV Bharat / bharat

Morbi Cable Bridge Collapse: ମୃତ୍ୟୁ ସଂଖ୍ୟା 134କୁ ବୃଦ୍ଧି - bridge collapsed news

ଗୁଜୁରାଟର ମୋରବୀରେ ମାଞ୍ଚୁ ନଦୀରେ କେବୁଲ ବ୍ରିଜ ଭୁଶୁଡ଼ିବା ଘଟଣାରେ (Gujarat Morbi cable bridge collapses) ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଏବେ ସୁଦ୍ଧା 134ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

Morbi Cable Bridge Collapse: 141ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

author img

By

Published : Oct 30, 2022, 10:26 PM IST

Updated : Oct 31, 2022, 5:59 PM IST

ଗାନ୍ଧୀନଗର: ମୋରବୀ ଝୁଲାପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପ୍ରାଥମିକ ଭାବେ 7 ଜଣ ଓ ପରେ 35 ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 134ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ 25 ଜଣ ଶିଶୁ ରହିଛନ୍ତି । ତେବେ 177ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Morbi Cable Bridge Collapse: 134ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଗୁଜୁରାଟରେ ବ୍ରିଟିଶ ଅମଳରୁ ଥିବା ମୋରବୀର ମଞ୍ଚୁ ନଦୀରେ କେବୁଲ ବ୍ରିଜ ହଠାତ୍‌ ଭାଙ୍ଗି ପଡିବାରୁ ଶତାଧିକ ଲୋକ ନଦୀ ମଝିର ଅଥଳ ଜଳରାଶି ମଧ୍ୟକୁ ଖସି ପଡିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନଦୀରୁ ଲୋକଙ୍କୁ ଉଦ୍ଧାର କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ମୃତ୍ୟୁ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଏବେ ମଧ୍ୟ ବହୁ ଲୋକେ ନିଖୋଜ ରହିଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଅଦ୍ୟାବଧି ଜାରି ରହିଛି । ବାୟୁସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଉଦ୍ଧାର ଅଭିଯାନ ଜୋରଦାର କରିଥିଲେ । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଷ ପଟେଲ କହିଛନ୍ତି, ‘‘ଆହତମାନେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଚିତିତ୍ସିତ ହୋଇ ଘରକୁ ଫେରିଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି । ନଦୀରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।’’ ସେପଟେ ଅଘଟଣ ନେଇ ସମୀକ୍ଷା ବୈଠକ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ।

ରବିବାର ସଂଧ୍ୟା ପ୍ରାୟ ସାଢେ 6ଟା ବେଳେ ଏହି ଅଘଟଣ ଘଟିଛି । ପୋଲ ଉପରେ ପ୍ରାୟ ଶତାଧିକ ଲୋକ ଥିବା ବେଳେ ପୋଲଟି ଖସି ପଡିଥିଲା । ଖବର ସମ୍ପର୍କରେ ଜଣାପଡିବାର ମାତ୍ର 15 ମିନିଟ ମଧ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ଜିଲ୍ଲା ଏସ.ପି, ଡାକ୍ତର, ଆମ୍ବୁଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ତେବେ ବହୁଲୋକ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଠାବ କରି ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରିହଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ସପ୍ତାହ ତଳେ ପୋଲ ମରାମତି ହୋଇଥିଲା । ଆବଶ୍ୟକଠୁ ଅଧିକ ଲୋକ ପୋଲରେ ଥିବାରୁ ଏହି ଅଘଟଣ ଘଟିଛି । ପୋଲର କ୍ଷମତା 100ଥିବା ବେଳେ ସେଥିରେ ପାଖାପାଖି 400 ଲୋକ ଜମା ହୋଇଥିଲେ ।

ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଅନ୍ୟ ଜରୁରୀ ବିଭାଗର ଏକାଧିକ ଟିମ୍‌ ସେମାନଙ୍କୁ ପାଣିରୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 134 ରେ ପହଞ୍ଚିଥିବା ସୂଚନା ସମସ୍ତଙ୍କୁ ମର୍ମାହତ କରିଛି । ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ସହ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ରାଶି ପ୍ରଦାନ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି ।

ଅଘଟଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ 2 ଲକ୍ଷ ଓ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2022, 5:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.