ETV Bharat / bharat

ଅଟୋକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ 8 ମୃତ

author img

By

Published : Jan 9, 2023, 10:57 PM IST

ବିହାର କାଟିହାରରେ ଅଟୋକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ 8 ମୃତ (Several Died In Road Accident In Katihar)। ମୃତଙ୍କ ମଧ୍ୟରେ ମହିଳା ଓ ଶିଶୁ । ସମସ୍ତେ ଗୋଟିଏ ପରିବାରର ସୂଚନା । ଅଧିକ ପଢନ୍ତୁ

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ହାଇଦ୍ରାବାଦ: ବିହାର କାଟିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 8ଜଣଙ୍କ ମୃତ୍ୟୁ ହୋଇଛି (Several Died In Road Accident In Katihar)। ଆଜି ସଂଧ୍ୟାରେ ଏକ ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 8 ଜଣଙ୍କ ପ୍ରାଣହାନୀ ଘଟିଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ପ୍ରାଥମିକ ଭାବେ କୁହାଯାଉଛି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଜି ସଂଧ୍ୟାରେ କାଟିହାର ଜିଲ୍ଲାର କୋଡା ପୋଲିସ ଷ୍ଟେସନ ଅଞ୍ଚଳରେ ଜାତୀୟ ରାଜପଥ 81 (NH-81) ରେ ପରସ୍ପର ବିପରୀତ ଦିଗରୁ ଆସୁଥୁବା ଏକ ଅଟୋ ଧକ୍କା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକମାନେ ଅଟୋରେ ଥିଲେ । କୋଡା ପୋଲିସ ଷ୍ଟେସନ ଅଧିକାରୀ ଓ ସ୍ଥାନୀୟ ଏସଡିପିଓ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.