ETV Bharat / bharat

କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର 9 ମୃତ, 5 ଆହତ

author img

By

Published : Oct 16, 2022, 8:46 AM IST

କର୍ଣ୍ଣାଟକର ହାସନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ, ଟ୍ରାଭେରା ଏବଂ ଟ୍ରକ ମଧ୍ୟରେ ଧକ୍କା ହେବା ଯୋଗୁଁ ଗୋଟିଏ ପରିବାରର 9 ଜଣଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

major People died in Horrific accident near Hassan Karnataka
କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, 9 ଜଣ ମୃତ୍ୟୁ ଓ 5 ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ, ଟ୍ରାଭେରା ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 9 ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ହାସନ ଜିଲ୍ଲାର ଗାନ୍ଧୀନଗର ନିକଟ 69 ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ 14 ତୀର୍ଥଯାତ୍ରୀ ଦକ୍ଷିଣ କନ୍ନଡର ଧର୍ମଶାଳା ଜିଲ୍ଲା ମଞ୍ଜୁନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ସେମାନେ ଗାଡ଼ିରେ ଶୋଇପଡ଼ିଥିଲେ । ଏହି ସମୟରେ ଏକକାଳୀନ ବସ ଏବଂ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ 9 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ୨ ସନ୍ତାନକୁ ଧରି ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିବା ସହ ଆହାତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହି ଦୁର୍ଘଟଣା ନେଇ ପୋଲିସ ଏକ ମାମଲା ରୁଜୁ କରୁ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.