ETV Bharat / bharat

ମହାରାଷ୍ଟ୍ରରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ବିହାରର 5 ଶ୍ରମିକ ମୃତ - ମହାରାଷ୍ଟ୍ର ସଡକ ଦୁର୍ଘଟଣା ଖବର

ମହାରାଷ୍ଟ୍ରର ତାଲୁକର କରଞ୍ଜୀ ଫାଟା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା(Road accident in Karanji Phata) । ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୫ ମୃତ

author img

By

Published : Sep 25, 2022, 7:23 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା(Road accident in Maharastra) । ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା(truck and tempo collided) ହେବା ଫଳରେ ୫ଜଣଙ୍କ ମୃତ୍ୟୁ(5 killed in road accident)ହୋଇଛି । ଶନିବାର ଏହି ଦୁର୍ଘଟଣା ହୋଇଥିବା ନେଇ ସୂଚନା ରହିଛି ।

ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ହିମାୟତନଗର ତାଲୁକର କରଞ୍ଜୀ ଫାଟା ନିକଟରେ(Karanji Phata in Himayatnagar taluk of Maharashtra's Nanded district) ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ(5 killed in road accident) ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକମାନେ ବିହାରର ଶ୍ରମିକ(migrant laborers from Bihar) ହୋଇଥିବା ବେଳେ ସେମାନେ ରେଳବିଭାଗର କାର୍ଯ୍ୟରେ ନିୟୋଜିତ ଥିବା ସୂଚନା ରହିଛି ।

ଏହି ଶ୍ରମିକମାନେ ଅଟୋରେ ଘରକୁ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଅଟୋ ସହ ମୁହାମୁହିଁ ଧକ୍କା ହୋଇଥିଲା (truck and tempo collided)। ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନନ୍ଦେଡକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ସୂଚନାକୁ ଅପୋକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାସ୍ତାକଡରେ ଶୋଇଥିବା ବେଳେ ମାଡିଗଲା ଟ୍ରକ, ୪ ମୃତ

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୭ ତାରିଖରେ ମହାରାଷ୍ଟ୍ରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା(Road accident in Maharastra) । ପୁଣେ ଅହମ୍ମଦନଗରର ଜାତୀୟ ରଜପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । କାରକୁ ଟ୍ରକ ଧକ୍କା ଦେବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ 5 ଜଣଙ୍କ ମୃତ୍ୟୁ ହୋଇଥିଲା(5 killed in road accident) ।

ସୂଚନାଅନୁସାରେ, ଏକ ଟ୍ରକ ରାସ୍ତା ଛାଡି ଭୁଲ ଦିଗକୁ ଚାଲିଯାଇଥିଲା । ପରେ ପୁଣି ହଠାତ୍‌ ରାସ୍ତାକୁ ଆସିଯାଇଥିଲା । ଏହି ସମୟରେ ଏକ କାର ସହ ଟ୍ରକଟିର ଧକ୍କା ହୋଇଥିଲା । ଫଳରେ କାରରେ ଥିବା 6 ଜଣଙ୍କ ମଧ୍ୟରୁ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଭୟଙ୍କର ଦୁର୍ଘଟଣା MIDC ରଞ୍ଜନଗାଓଁରେ ଥିବା ଏଲଜି କମ୍ପାନୀ ଆଗରେ ଘଟିଛି । କାରଟି ପାନଭେଲକୁ ଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.