ETV Bharat / bharat

ଯମୁନା ଏକ୍ସପ୍ରେସ ୱେରେ ଭାରସାମ୍ୟ ହରାଇ ଓଲଟିଲା ବସ: 3 ମୃତ, 22 ଆହତ - ଯମୁନା ଏକ୍ସପ୍ରେସଓ୍ବେରେ ଦୁର୍ଘଟଣା

ଡିଭାଇଡରକୁ ଧକ୍କା ଦେଇ ଯମୁନା ଏକ୍ସପ୍ରେସଓ୍ବେରେ ଭାରସାମ୍ୟ ହରାଇ ଓଲଟିଲା ବସ । ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

Mathura Road Accident
Mathura Road Accident
author img

By

Published : Feb 27, 2023, 1:31 PM IST

ଲକ୍ଷ୍ନୌ: ଯମୁନା ଏକ୍ସପ୍ରେସଓ୍ବେରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଥିବା ଜଣାପଡିଛି । ରବିବାର ବିଳମ୍ବିତ ରାତିରେ ବସଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଖବରପାଇ ସ୍ଥାନୀୟ ପୋଲିସ ଏବଂ ଯମୁନା ଏକ୍ସପ୍ରେସଓ୍ବେର ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାସହ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

  • Mathura,UP |A bus going from Delhi to Bihar on the Yamuna Expressway overturned after colliding with the divider. In the incident, 3 people died on the spot and 12 injured have been sent to the district hospital. Probe underway: DM Pulkit Khare, Mathura (26.02) pic.twitter.com/I3whFvxqwd

    — ANI UP/Uttarakhand (@ANINewsUP) February 27, 2023 " class="align-text-top noRightClick twitterSection" data=" ">

ଏନେଇ ମଥୁରା ଜିଲ୍ଲା ଅଧିକାରୀ କହିଛନ୍ତି, " ଦୁର୍ଘଟଣାରେ ପ୍ରାଣ ହରାଇ ଲୋକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତଦନ୍ତ ଜାରି ରହିଛି । ୨୨ଜଣ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛିଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତେଣୁ ସେମାନଙ୍କୁ ଆଗ୍ରା ଏସଏନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମୁଦାୟ ୭ଜଣଙ୍କୁ ଆଗ୍ରା ଏସଏନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିଲା ଖବରଅନୁସାରେ, ବସଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିଲା । ତେବେ ବସର ଡ୍ରାଇଭର ମଦ୍ୟପାନ କରିଥିବା ଯୋଗୁଁ ବସକୁ ନିୟନ୍ତ୍ରଣ କରିପାରିନଥିଲେ । ଫଳରେ ଡିଭାଇଡରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଯମୁନା ଏକ୍ସପ୍ରେସ ଓ୍ବେରେ ଓଲଟି ପଡିଥିଲା ବସ । ସିଏମଓ କାର୍ଯ୍ୟାଳୟର ଡାକ୍ତର ଭୁଦେବ ସିଂ କହିଛନ୍ତି, "ବସଟି ଯମୁନା ଏକ୍ସପ୍ରେସ ଦେଇ ବିହାର ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।" ତେବେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା କାରଣରୁ ମୃତ୍ୟୁ ସଂଖ୍ୟା ବଢିପାରେ ।

ଏହା ମଧ୍ୟ ପଢନ୍ତୁ: yamuna Expressway: ଅପରାଧ ପରେ ମୃତଦେହ ଫିଙ୍ଗୁଛନ୍ତି ଦୁର୍ବୃତ୍ତ, 2 ବର୍ଷରେ ମିଳିଲାଣି 12 ମୃତଦେହ

ଯମୁନା ଏକ୍ସପ୍ରେସଓ୍ବେକୁ ନେଇ ଗତ ଡିସେମ୍ବର ମାସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯମୁନା ଏକ୍ସପ୍ରେସଓ୍ବେରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବା ନେଇ ଦର୍ଶାଯାଇଥିଲା । ଆଗ୍ରା ଠାରୁ ନୋଏଡା ପର୍ଯ୍ୟନ୍ତ ୧୬୫ କିଲୋମିଟର ବ୍ୟବଧାନ ମଧ୍ୟରେ ଗତ ପ୍ରାୟ ଦୁଇ ବର୍ଷ ମଧ୍ୟରେ ପୋଲିସ 12 ମୃତଦେହ ଉଦ୍ଧାର କରିସାରିଛି । କିଛି ମୃତଦେହର ଚିହ୍ନଟ ହୋଇସାରିଥିବା ବେଳେ ଏବେ ସୁଦ୍ଧା ମଧ୍ୟ କିଛି ମୃତଦେହର ପରିଚୟ ସ୍ପଷ୍ଟ କରି ପାରିନି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.